ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତ ସପ୍ତାହ ଉଦ୍ଯାପିତ
ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତ ସପ୍ତାହ ଉଦ୍ଯାପିତ #କଟକ(ଏନ୍.ଏମ୍.): ସ୍ଥାନୀୟ ରାଷ୍ଟ୍ରଭାଷା ପ୍ରଚାର ଓ ପ୍ରସାର ସମିତି ସଭାଗୃହରେ ଏକ ସପ୍ତାହ ବ୍ୟାପୀ ମିଶନର ପ୍ରମୁଖ ଡ.କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଜ ମହାରାଜଜୀଙ୍କ ଦ୍ୱାରା ପ୍ରଦତ ପ୍ରବଚନ ସପ୍ତାହର ଉଦ୍ଯାପନୀ ଉତ୍ସବ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ସ୍ୱାମୀ କୃଷ୍ଣ ପ୍ରେମାନନ୍ଦଜୀଙ୍କ ସଂକଳିତ ଓ ସମ୍ପାଦିତ “ଶ୍ରୀବଳଭଦ୍ର ପୂଜାବିଧି ଓ ସହସ୍ର ନାମାବଳୀ’ ପୁସ୍ତକକୁ ସର୍ବପୁରାତନ ଓଡ଼ିଆ ସମ୍ବାଦପତ୍ର ସମାଜର ସମ୍ପାଦକ ଡ.ପ୍ରମୋଦ କୁମାର ମହାପାତ୍ର ସ୍ୱତନ୍ତ୍ର…
