Nishkarsha

ପାଟଣାଗଡ଼ ବ୍ଳକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

ପାଟଣାଗଡ଼ ବ୍ଳକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ପାଟଣାଗଡ଼ (ଏନ୍‌.ଏମ୍‌.): ପାଟଣାଗଡ଼ ପଞ୍ଚାୟତ ସମିତି ସଭାଗୃହ ଠାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ବିଡିଓ ସୁମନ୍ତ ମିଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଅଗ୍ନିଶମ ବିଭାଗ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ସହ ସରପଞ୍ଚ,ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଅଂଶୁଘାତ, ବାତ୍ୟା…

Read More

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ, ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଜଷ୍ଟିସ ସିଂ ପୂର୍ବରୁ…

Read More

ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ

ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର ୧୧ କାଠଯୋଡ଼ି କୂଳ ଗାଙ୍ଗୁଲି ବସ୍ତିରେ ଆଦିବାସୀ ସେବା ସଂଘ ପକ୍ଷରୁ ପାରମ୍ପରିକ ଭାବେ ଆଦିବାସୀ ସମ୍ପ୍ରଦାୟର ମାଘେ ପରବ ଉତ୍ସାହର ସହ ପାଳିତ ହୋଇ ଯାଇଛି । ଏହି ମାଘେ ପରବ ଉପଲକ୍ଷେ ଆଦିବାସୀ ପିଲାମାନଙ୍କ ନିମନ୍ତେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଏହି ଅବସରରେ ଆଦିବାସୀ ବାଦ୍ୟର ତାଳେତାଳେ ଦୁଇ ଦିନ ଧରି ଆୟୋଜିତ ଲୋକନୃତ୍ୟ କାର୍ଯ୍ୟକ୍ରମରେ ଯୁବକ…

Read More

ପୁଣି କୋଳାହଳ ହୋଇଉଠିବ ଶିଳ୍ପନଗରୀ ଚୌଦ୍ୱାର: ଅଞ୍ଚଳବାସୀଙ୍କ ମୁହଁରେ ଫୁଟୁଛି ହସ ; ଓଟିଏମ ଜମିରେ ଖୋଲିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ ପାର୍କ : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ !

ପୁଣି କୋଳାହଳ ହୋଇଉଠିବ ଶିଳ୍ପନଗରୀ ଚୌଦ୍ୱାର: ଅଞ୍ଚଳବାସୀଙ୍କ ମୁହଁରେ ଫୁଟୁଛି ହସ ଓଟିଏମ ଜମିରେ ଖୋଲିବ ଟେକ୍ସଟାଇଲ ଆଣ୍ଡ ଲଜିଷ୍ଟିକ ପାର୍କ : ଆସନ୍ତା ୧୭ରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ ! #ଚୌଦ୍ୱାର/କଟକ(ଏନ୍‌.ଏମ୍‌.): ଶିଳ୍ପନଗରୀ ଚୌଦ୍ୱାରର ହୃତ ଗୌରବ ପୁଣି ଫେରିବ । ବର୍ଷ ବର୍ଷ ଧରି ଶିଳ୍ପଶୂନ୍ୟ ହୋଇ ଶ୍ରୀହୀନ ହୋଇ ପଡ଼ିଥିବା ଚୌଦ୍ୱାର ପୁନର୍ବାର ଶିଳ୍ପ ସମୃଦ୍ଧ ହେବ । ଏଥି ପାଇଁ ରାଜ୍ୟସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ତେବେ ମିଳିଥିବା ସୂଚନା…

Read More

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ #କଟକ (ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଧର୍ମାନୁଷ୍ଠାନ ତଥା ମଠ ମନ୍ଦିରରୁ ଗତ କିଛି ଦିନ ଧରି ଲୁଟ ଆଦି ହେଉଥିବା ବିଭିନ୍ନ ଥାନାରେ ଅଭିଯୋଗ ହେଉଥିବାବେଳେ ଆଜି କମିଶନରେଟ ପୁଲିସ ପକ୍ଷରୁ କିଛି ଲୁଟେରାମାନଙ୍କୁ ଗିରଫ କରାଯାଇଛି । ସ୍ଥାନୀୟ ମଧୁପାଟଣା ଥାନା ଅଞ୍ଚଳର ଦରଘାପାଟଣା ଅଞ୍ଚଳର ମା’ଜୟଦୁର୍ଗା ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗରେ ତଦନ୍ତ କରିବା ସମୟରେ ପୁଲିସକୁ ବଡ଼…

Read More

ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ

ତୁଳଙ୍ଗ ପଞ୍ଚାୟତରେ ସଚେତନତା ଶିବିରର ଲାଭ ଉଠାଇଲେ ଅଞ୍ଚଳବାସୀ #ଜଗତସିଂହ ପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ତୁଳଙ୍ଗ ପଞ୍ଚାୟତରେ ସରପଞ୍ଚ ନିବେଦିତା ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରାଜ୍ୟସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ସୁନୀଲ ବେହେରା, ଗଙ୍ଗାଧର ବିଶ୍ୱାଳ, ସୁଜିତ ମହାପାତ୍ର,…

Read More

କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ

କଟକ ନଗର ବିଜେପି ପକ୍ଷରୁ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ #କଟକ(ଏନ୍‌.ଏମ୍‌.): କଟକ ନଗର ଜିଲ୍ଲା ବିଜେପି ପକ୍ଷରୁ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ସ୍ଥାନୀୟ ଜଗତପୁର ଜଳସେଚନ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ତଥା ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୨ଟି ୱାର୍ଡ଼ର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ ହେମନ୍ତ ବେହେରା, ସରସ୍ୱତୀ ବାରିକ, ସଂଗ୍ରାମ ସ୍ୱାଇଁ,…

Read More

ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ: ୨୫ରେ ପାଳନ ହେବ କନ୍ଦରାସୁର ପୋଡ଼ି

ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ: ୨୫ରେ ପାଳନ ହେବ କନ୍ଦରାସୁର ପୋଡ଼ି କଟକ(ଏନ୍‌.ଏମ୍‌.): ରାଣୀହାଟସ୍ଥିତ କନ୍ଦରାସୁର ପୋଡି କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ନୋଟାରୀ ନେପାଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖରେ ସ୍ଥାନୀୟ ନୂଆବଜାରସ୍ଥିତ ନେତାଜୀ ପଡିଆରେ କନ୍ଦରାସୁର ପୋଡି ଉତ୍ସବ ସମାପନ ହେବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ମହାପ୍ରଭୁ ବଳରାମଙ୍କର ଏକ ଶୋଭାଯାତ୍ରା ରାଣୀହାଟ ବଳଦେବଜୀଉ ମନ୍ଦିରରୁ ଅପରାହ୍ନ ୪ଟାରେ…

Read More

ମାଟ୍ରିକ୍ ପରୀକ୍ଷା: ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ

ମାଟ୍ରିକ୍ ପରୀକ୍ଷା: ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ #କଟକ(ଏନ୍‌ଏମ୍‌.): ଆସନ୍ତା ଫେବ୍ରୁଆରୀ ୨୦ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଏହି ପରୀକ୍ଷାକୁ ବ୍ୟବସ୍ଥିତ ଭାବେ ପରିଚାଳିତ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏହି କ୍ରମରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛି ବୋର୍ଡ । ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼…

Read More

ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ

ଭକ୍ତମଧୁ ବିଦ୍ୟାପୀଠର ୨୦୦୪ ବ୍ୟାଚର ବନ୍ଧୁମିଳନ କଟକ(ଏନ୍‌.ଏମ୍‌.): ଭକ୍ତ ମଧୁ ବିଦ୍ୟା ପୀଠ ସ୍କୁଲରେ ୨୦୦୪ବ୍ୟାଚର ଛାତ୍ରଛାତ୍ରୀ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁ ମିଳନରେ ତତ୍‌କାଳୀନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ସଂଗଠନ ସଭାପତି ପ୍ରଦୀପ କୁମାର ସିହ୍ନାଙ୍କ ନେତୃତ୍ୱରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ…

Read More

ବିଜେଡି ପକ୍ଷରୁ ଚୌଦ୍ୱାର ଅଞ୍ଚଳରେ ପଞ୍ଚାୟତସ୍ତରୀୟ ସଚେତନତା

ବିଜେଡି ପକ୍ଷରୁ ଚୌଦ୍ୱାର ଅଞ୍ଚଳରେ ପଞ୍ଚାୟତସ୍ତରୀୟ ସଚେତନତା #ଚୌଦ୍ୱାର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଭିଭିଭୂମି ବିକାଶ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ନିମନ୍ତେ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତର ବାଲୁଙ୍କେଶ୍ୱର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶୈଳବାଳା ନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା…

Read More

ପଞ୍ଚୁଟିକ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ପଞ୍ଚୁଟିକ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚୁଟିକ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାରାକାନ୍ତ ବେହେରା ଓ ଅନ୍ୟ ଅତିଥି ଗଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଉତ୍ସବ ସଭାକୁ ଉଦଘାଟନ କରିଥିଲେ । ପ୍ରଧ୍ୟାପକ ନାରାୟଣ ପ୍ରସାଦ ଧଳ, ଖଗେଶ୍ୱର ଜେନା, ଭାସ୍କର…

Read More