Nishkarsha

ଜଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ସ୍ୱାସ୍ଥ୍ୟସେବା ଦିଗହରା: ଡାକ୍ତରଙ୍କ ଅନୁପସ୍ଥିତିରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ

ଜଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ସ୍ୱାସ୍ଥ୍ୟସେବା ଦିଗହରା: ଡାକ୍ତରଙ୍କ ଅନୁପସ୍ଥିତିରେ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ #ଜଗତପୁର(ଏନ୍‌.ଏମ୍‌.): ରାଜ୍ୟରେ ଜନସାଧାରଣ ତ୍ୱରିତ ତଥା ଉନ୍ନତ ଚିକିତ୍ସା ସେବା ପାଇବା ଉପରେ ରାଜ୍ୟସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଠାରୁ ଆରମ୍ଭ କରି ଘର ପାଖରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବିଶେଷ କରି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଜରିଆରେ ଜନସାଧାରଣଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଗୁରୁତ୍ୱ…

Read More

ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିଜୀ ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆଶାମଣି ଦେଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ତେବେ ପାଠ ପଢା ସହିତ ସାମାଜିକ କାମ ଓ ଅନ୍ୟାନ୍ୟ କ୍ଷେତ୍ର ଯଥା ନାଚ, ଗୀତ,…

Read More

ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ

ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ପକ୍ଷରୁ ପ୍ରେସ ଲୋଗୋ ଉନ୍ମୋଚିତ #କଟକ(ଏନ୍‌.ଏମ୍‌.): ସାମ୍ବାଦିକତାର ପରିପୃଷ୍ଟତା, ସାମ୍ବାଦିକ ସମୂହର ବୃତ୍ତିଗତ ଓ ଅର୍ଥନୈତିକ କଲ୍ୟାଣ ତଥା ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ଭାରତୀୟ ସାମ୍ବାଦିକ ଉନ୍ନୟନ ପରିଷଦ ଗଠନ କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଦେଶରେ ତଥା ଦେଶ ବାହାରେ ଘଟୁଥିବା ଘଟଣା ପ୍ରବାହ ଚିନ୍ତାର ବିଷୟ ହୋଇଥିବାବେଳେ ଏ କ୍ଷେତ୍ରରେ ବେଳହୁଁ ସଚେତନତାର ଆବଶ୍ୟକତା ରହିଛି । ସାମ୍ବାଦିକତାର ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା…

Read More

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ #ପୁରୀ(ଏନ୍‌.ଏମ୍‌.): କଥାରେ ଅଛି ବାଡ଼ ଯଦି ଫସଲ ଖାଇବ ତେବେ ଜଗିବ କିଏ? ଏଭଳି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ପୁରୀରେ । ସୂଚନା ଅନୁଯାୟୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ତାଙ୍କ ନାଁ ପ୍ରଦୀପ୍ତ କୁମାର ମହାପାତ୍ର । ତାଙ୍କ ଠାରୁ ୩୫ ହଜାର ଟଙ୍କା ଜବତ କରାଯାଇଛି…

Read More

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ #କଟକ (ଏନ୍‌.ଏମ୍‌.): କଟକ ସହରରେ ଛତୁଫୁଟିଲା ଭଳି ଘରୋଇ ନର୍ସିଂହୋମ ଚାଲିଥିବାବେଳେ ଅନେକ ବେଆଇନ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ମଧ୍ୟ ଉଠୁଛି । ତେବେ କେତେକସ୍ଥାନରେ ଲିଙ୍ଗ ନିରୁପଣ ଭଳି ବେଆଇନ କାର୍ଯ୍ୟ ନର୍ସିଂହୋମରେ କରାନଯାଇ କିଛି ଡାକ୍ତରମାନେ ନିଜ ଆବାସରେ ଚଳାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଲିଙ୍ଗ ନିରୂପଣ ଅଭିଯୋଗରେ ଜଣେ ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ…

Read More

ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ

ଚୌଦ୍ୱାର-କଟକରେ ବିଜେଡି ନେତ୍ରୀ ରୂପାଲୀ ଲେଙ୍କା ସକ୍ରିୟ ଚଷାପଡା ଗ୍ରାମକୁ ସ୍ୱଛ ପାନୀୟଜଳ ଯୋଗାଣ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର #କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାର ଜନସାଧାରଣଙ୍କ ପିଇବା ପାଣି ନିମନ୍ତେ ସ୍ୱଛପାନୀୟ ଜଳଯୋଗାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ସତ୍ତ୍ୱେ ତାହା ସମୂର୍ଣ୍ଣ ଭାବେ ସଫଳ ହୋଇପାରିନାହିଁ । ଏଭଳି ଘଟଣାକୁ ନେଇ ଚୌଦ୍ୱାର-କଟକ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ସ୍ଥିତ ଚଷାପଡା ଗ୍ରାମର ଗ୍ରାମବାସୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ପାଇଁ…

Read More

ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ

ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ସୁଚାରୁ ରୂପେ ପରିଚାଳନା ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ତରଫରୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନ ସମ୍ପର୍କିତ ଭିନ୍ନ ଭିନ୍ନ ତାଲିମ ପ୍ରଦାନ କରାଯାଇଛି । ଦିଲ୍ଲୀସ୍ଥିତ ଆଇ.ଆଇ.ଆଇ.ଡି.ଇ.ଏମ୍‌.ରୁ ରାଜ୍ୟର ୮୫ଜଣ ଅଧିକାରୀ ରାଜ୍ୟସ୍ତରୀୟ ମାଷ୍ଟର୍ସ ଟ୍ରେନର ଭାବେ ନିର୍ବାଚନ ସମ୍ପର୍କିତ ବିଷୟ…

Read More

ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିଲା ଟ୍ରକ୍‌; ଲୋକେ ଅଟକାଇବାରୁ ପିଟିଲେ ଆଇଆଇସି, କୁହୁଳୁଛି ଅସନ୍ତୋଷ !

ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଉଥିଲା ଟ୍ରକ୍‌; ଲୋକେ ଅଟକାଇବାରୁ ପିଟିଲେ ଆଇଆଇସି, କୁହୁଳୁଛି ଅସନ୍ତୋଷ ! #ଭଦ୍ରକ(ଏନ୍‌.ଏମ୍‌.): ଥାନା ବାବୁଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ । ଗୋଟିଏ ପଟେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଗାଡ଼ିର ଡ୍ରାଇଭରଙ୍କ ବିରୋଧରେ ରନ ଆଣ୍ଡ ହିଟ ଧାରା ଲାଗୁ ହେବା ପାଇଁ ନିୟମ ହୋଇଥିବାବେଳେ ଦୁର୍ଘଟଣା ଘଟାଇ ପଳାୟନ କରୁଥିବା ଏକ ଟ୍ରକକୁ ଅଞ୍ଚଳବାସୀ ଅଟକାଇବା ଅପରାଧରେ ପୁଲିସ ବାବୁଙ୍କ ଦବଙ୍ଗ…

Read More

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗ; ଚିଟଫଣ୍ଡ ସଂସ୍ଥାରେ ପଶିଲା ଇଡି

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗ; ଚିଟଫଣ୍ଡ ସଂସ୍ଥାରେ ପଶିଲା ଇଡି #ଭୁବନେଶ୍ୱର(ଏନ୍‌.ଏମ୍‌.): ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଏକ ଚିଟଫଣ୍ଡ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି । ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଚିଟଫଣ୍ଡ ସଂସ୍ଥାରେ ଏହି ଚଢ଼ାଉ କରାଯାଇଛି । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର, ଛତ୍ରପୁର, ଚିକିଟି ଓ ଦିଗପହଣ୍ଡି ସମେତ ଓଡ଼ିଶାର ୧୦ଟି…

Read More

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅମିନ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅମିନ #ବଲାଙ୍ଗୀର(ଏନ୍‌.ଏମ୍‌.): ଜମି ଡିମାର୍କେସନ ପାଇଁ ଅମିନ ଜଣକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଯାଇଛନ୍ତି । ୮ ହଜାର ଟଙ୍କା ଲାଞ୍ଚ ନେଇ ସମ୍ପୃକ୍ତ ଅମିନଙ୍କୁ ମାଡିବସିଛି ଭିଜିଲାନ୍ସ । ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ ଘଟିଛି । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଅମିନଜଣକ ହେଲେ ନିରମଲେନ୍ଦୁ କବି ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ସଇଁତଳାର ନିରଞ୍ଜନ ସାହୁ ନିଜ ଜମି…

Read More

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ

ଅନ୍ତଃ ବିଦ୍ୟାଳୟ କ୍ରିକେଟ୍‌: ଓଲ୍‌ଡ ଷ୍ଟିୱାର୍ଟ, ଦିଲ୍ଲୀ ପବ୍ଲିକ ସ୍କୁଲ. କେମ୍ବ୍ରିଜ୍ ସ୍କୁଲ ବିଜୟୀ, ଅପରାଜିତ ୧୩୫ ରନ୍‌ରେ ପ୍ରୟାଗ #କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌(ଓସିଏ) ପକ୍ଷରୁ ବୁଧବାର ଠାରୁ ଆରମ୍ଭ ହୋଇଥିବା ଅନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌ର ଆଜି ଅନୁଷ୍ଠିତ ୩ଟି ମ୍ୟାଚ୍‌ରେ ଓଲ୍‌ଡ ଷ୍ଟିୱାର୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ଓ କେମ୍ବ୍ରିଜ୍ ସ୍କୁଲ ବିଜୟୀ ହୋଇଛନ୍ତି । ସନ୍‌ସାଇନ୍ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଲଡ୍ ଷ୍ଟିୱାର୍ଟ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ୨୦୫…

Read More

ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ

ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ #ପୁରୀ(ଏନ୍‌.ଏମ୍‌.): ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଫେବୃଆରୀ ୧୮ ରିଖ ରବିବାର ଦିନ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ବ୍ରତାଧରୀଙ୍କ ସହିତ ସମ୍ପର୍କୀୟଙ୍କ ରହିବା, ଖାଇବା ସହିତ ସମଗ୍ର ସାମଗ୍ରୀ…

Read More