କଟକ ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ ଉନ୍ନୟନ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ନିର୍ଦ୍ଦେଶ #କଟକ(ଏନ୍.ଏମ୍.): କଟକ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବା ପାଇଁ ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ୩୦୦ କୋଟି ଟଙ୍କା ଅନୁଦାନରେ ଚାଲିଥିବା ଏହି କାର୍ଯ୍ୟ ଶେଷ କରିବାକୁ ଏକ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଷ୍ଟେସନର ପୂର୍ବ ଓ ପଶ୍ଚିମ ପାଶ୍ୱର୍ ପ୍ରବେଶ ପଥ ଉନ୍ନୟନ କାର୍ଯ୍ୟ ଏବେ ଚାଲିଛି ।…
