ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ
ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ ପୁରୀ (ଏନ୍.ଏମ୍.): ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ସମ୍ପର୍କୀତ ସୂଚୀ ଆସିଛି । ରାଷ୍ଟ୍ରପତି ପୂର୍ବରୁ ୨ଥର ଶ୍ରୀକ୍ଷେତ୍ର ଆସିଥିବାବେଳେ ଏଥର ତୃତୀୟ ଥର ପୁରୀଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ପୂରୀ ଜିଲ୍ଲାପ୍ରଶାସନକୁ ଆସିଥିବା ଗସ୍ତ ତାଲିକା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ଫେବ୍ରୁଆରୀ ୧୯ତାରିଖ ଅପରାହ୍ଣ…
