ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ
ଚୌଦ୍ୱାରରେ ବରିଷ୍ଠ ନାଗରିକଙ୍କ ସାଧାରଣ ଅଧିବେଶନ: ବିଜେଡିକୁ ଭୋଟ ଦେବାକୁ ପ୍ରଭାତଙ୍କ ନିବେଦନ ଟାଙ୍ଗୀ-ଚୌଦ୍ୱାର (ଏନ୍.ଏମ୍.): ଚୌଦ୍ୱାର ବରିଷ୍ଠ ନାଗରିକ କ୍ଲବର ସାଧାରଣ ଅଧିବେଶ ସ୍ଥାନୀୟ ମହିମା ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ଶିଶିର କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେଇଥିବା ସମ୍ପର୍କରେ ଆଲୋକପାତ କରିଥିଲେ ।…
