ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍ଘାଟିତ
ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍ଘାଟିତ ମିଲେଟ୍ ମିଶନ ସାଜିଲା ବିଶେଷ ଆକର୍ଷଣ ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍.ଏମ୍.): ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଆବାସିକ କମିଶନର ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିଶନର ଦେବଜାନୀ ଚକ୍ରବର୍ତ୍ତୀ, ସୂଚନା…
