ଶ୍ରାବଣ ମାସର ପ୍ରଥମ ସୋମବାର: ମହାଦେବଙ୍କ ଜଳାଭିଷେକ ପାଇଁ କାଉଡ଼ି ଯାତ୍ରା

ଶ୍ରାବଣ ମାସର ପ୍ରଥମ ସୋମବାର: ମହାଦେବଙ୍କ ଜଳାଭିଷେକ ପାଇଁ କାଉଡ଼ି ଯାତ୍ରା କଟକ(ଏନ୍‍.ଏମ୍‍.): ଦେବଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଆରମ୍ଭ ହୋଇଛି କାଉଡ଼ି ଯାତ୍ରା । ଆଜି ଶ୍ରାବଣମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କୁ ଜଳାଭିଷେକ କରିବାର ସୁଯୋଗ ପାଇନଥିଲେ । ମାତ୍ର ଚଳିତ ବର୍ଷ କଟକଣା କୋହଳ ହୋଇଥିବାହେତୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ…

Read More

ରୁଚିକାଙ୍କୁ ନ୍ୟାୟ ଦାବିରେ ଡଜିପିଙ୍କୁ ସ୍ମାରକପତ୍ର

ରୁଚିକାଙ୍କୁ ନ୍ୟାୟ ଦାବିରେ ଡଜିପିଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାକୁ ୧୬ ଦିନ ବିତି ଯାଇଥିବା ବେଳେ ଏହାର ରହସ୍ୟ ଉପର ପରଦା ଉଠାଇ ପାରିନି କମିଶନରେଟ ପୁଲିସ । ରୁଚିକା ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଧରିବା ବଦଳରେ ବିଭିନ୍ନ ଆଳ ଦେଖାଇ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ କରିଛନ୍ତି ରୁଚିକାଙ୍କ ମା’ ବିଦୁଲତା ମହାନ୍ତି ଓ ନବନିର୍ମାଣ ଛାତ୍ର ସଂଗଠନ । ରୁଚିକା ମୃତ୍ୟୁ…

Read More

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ନେଇ କଟକ ବିଜେପିର ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ନେଇ କଟକ ବିଜେପିର ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା କଟକ (ଏନ୍‌.ଏମ୍‌.): କଟକ ନଗର ବିଜେପି ତରଫରୁ ଆଜି ମା’ କଟକ ଚଣ୍ଡୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଯାଇଛି । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସୁନିଶ୍ଚିତ ବିଜୟ କରିବା ପାଇଁ ଦୀପଦାନ, ପୂଜାର୍ଚ୍ଚନା ଓ ପ୍ରାର୍ଥନା କରାଯାଇଥିଲା । ପରେ ପରେ ମନ୍ଦିର ବାହାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛ ଭାରତ ରାଜ୍ୟ ସଂଯୋଜକ ମହେଶ…

Read More

ସାଲେପୁରରେ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ

ସାଲେପୁରରେ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ ସାଲେପୁର(ଏନ୍‌.ଏମ୍‌.): ସମ୍ପ୍ରତି ପରିବେଶ ସନ୍ତୁଳନ ନିମନ୍ତେ ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇ ପଡ଼ିଛି । ଯଦି ଅଧିକରୁ ଅଧିକ ସବୁଜ ବଳୟ ସୃଷ୍ଟି କରାନଯାଏ ତେବେ ସୃଷ୍ଟି ଧ୍ୱଂସ ପାଇଯିବ ବୋଲି ବହୁ ପରିବେଶ ବିତ୍ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସାଲେପୁର ଅଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ବିଧାୟକ ପ୍ରଶାନ୍ତ ବେହେରା ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଅବସରରେ ବିଧାୟକଙ୍କ ନେତୃତ୍ୱରେ ବ୍ୟାପକ ବୃକ୍ଷ…

Read More

ସିଏମସି ୪୮ନମ୍ବର ୱାର୍ଡ ଅଞ୍ଚଳରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ

ସିଏମସି ୪୮ନମ୍ବର ୱାର୍ଡ ଅଞ୍ଚଳରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଫକିରପୁର ପଣ୍ଡା ସାହି ଗ୍ରାମର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି । ଏହି ସାହିରେ ବର୍ଷା ଜଳର ନିଷ୍କାସନ ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷ ଗ୍ରାମ ମୁଖ୍ୟ ରାସ୍ତାରେ ବର୍ଷା ଜଳ ଜମି ରହିଥାଏ । ଗତ ବର୍ଷ ଏହି ସାହିର ମୁଖ୍ୟ ରାସ୍ତାକୁ କିଛି ଅଂଶ…

Read More

ସାବିତ୍ରୀ ଦେବୀ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ସାବିତ୍ରୀ ଦେବୀ ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଶିଶୁଆ ଠାରେ ଅବସ୍ଥିତ ସାବିତ୍ରୀ ଦେବୀ ଘରୋଇ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନିର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତତିନିର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ବିଦାୟ ଅବସରରେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଖୁଣ୍ଟିଆ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି…

Read More

ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ ପାଇଁ କଟକରେ ପ୍ରସ୍ତୁତି ବୈଠକ

ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନ ପାଇଁ କଟକରେ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ (କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ତଥା ଏ ଯୁଗର ଅନ୍ୟତମ ମହାନ ମାର୍କ୍ସବାଦୀ ଚିନ୍ତାନାୟକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନର ପ୍ରସ୍ତୁତି ଉପଲକ୍ଷେ ଏସ୍.ୟୁ.ସି.ଆଇ.(ସି) ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ପାଳନର ଗୁରତ୍ଵ ସମ୍ପର୍କରେ ଏସ୍.ୟୁ.ସି.ଆଇ.(ସି) ସାଧାରଣ…

Read More

ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ବିହନ ଓ ସାର ଯୋଗାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ଖରିଫରେ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୃଷି ଭବନଠାରେ ଆୟୋଜିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ…

Read More

କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ

କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କଟକ (ଏନ୍‌.ଏମ୍‌.): ଏନଡିଏ ରାଷ୍ଟ୍ରପତି ପ୍ରାର୍ôଥନୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅରୁଚିକର ମନ୍ତବ୍ୟ ଦେବା ପ୍ରତିବାଦରେ ଆଜି କଟକ ନଗର ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ସ୍ଥାନୀୟ କଟକ ଚଣ୍ଡିମନ୍ଦିର ନିକଟରେ ବିଜେପି କର୍ମକର୍ତ୍ତାମାନେ କଂଗ୍ରେସ ନେତା ଅଜୟ କୁମାର ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରଖିଥିବା ଏହି ମନ୍ତବ୍ୟକୁ ବିରୋଧ କରି ଅଜୟ କୁମାର ଓ…

Read More

କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର

କଟକରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କଲେ ସିଏମସି ମେୟର କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ୱାର୍ଡ଼ ତଥା ଅଞ୍ଚଳକୁ ସିଏମସି ମେୟର ସୁବାସ ସିଂହ କ୍ଷେତ୍ର ପରିଦର୍ଶନରେ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ତେବେ ସିଏମସି ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଥିବା ଅଭିଯୋଗ ପାଇ ମେୟର ନିଜେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ପରିପେକ୍ଷୀରେ ସି.ଡି.ଏ. ଅଂଚଳର ୪ ନମ୍ବର ୱାର୍ଡର…

Read More

ସର୍ବ ଭାରତୀୟ ତେରାପନ୍ଥ ପକ୍ଷରୁ ପାରଚାମ କେଶରିଆ ଶକ୍ତି କର୍ମଶାଳା ୧୬ରେ

ସର୍ବ ଭାରତୀୟ ତେରାପନ୍ଥ ପକ୍ଷରୁ ପାରଚାମ କେଶରିଆ ଶକ୍ତି କର୍ମଶାଳା ୧୬ରେ କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ତେରାପନ୍ଥ ମହିଳା ମଣ୍ଡଳ ତତ୍ତା୍ୱବଧାନରେ ପାରଚାମ କେଶରିଆ ଶକ୍ତି କର୍ମଶାଳା ଆସନ୍ତା ୧୬ ଜୁଲାଇ ତଥା ଶନିବାର ଦିନ ସ୍ଥାନୀୟ ଚୌଧୁରୀ ବଜାରସ୍ଥିତ ସହିଦ ଭବନ ଠାରେ ଅନୁଷ୍ଠିତ ହେବ । ଉକ୍ତଦିନ ପୂର୍ବାହ୍ନ ୯ଘଟିକା ଠାରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ଏହା ଚାଲିବ ବୋଲି କାଠଗଡା ସାହି ସ୍ଥିତ ତେରାପନ୍ଥ ଭବନରେ ତେରାପନ୍ଥ ମହିଳା ମଣ୍ଡଳ କଟକ ଦ୍ୱାରା…

Read More

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗୋଡ଼ ହରାଇଲେ ଅଟୋ ଡ୍ରାଇଭର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗୋଡ଼ ହରାଇଲେ ଅଟୋ ଡ୍ରାଇଭର ଆଠଗଡ଼ (ଏନ୍‌.ଏମ୍‌.): ସ୍ଥାନୀୟ ଆଠଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଏକ ଅଟୋରେ ଯାଉଥିବା ୨ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏପରିକି ଡ୍ରାଇଭରଙ୍କର ୨ଟି ଯାକ ଗୋଡ଼ ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଆଠଗଡରୁ କନ୍ଦରପୁରକୁ ସଂଯୋଗ କରୁଥିବା ରାସ୍ତାର କେନ୍ଦୁଟୋକଲି ସବରସାହି ନିକଟରେ…

Read More