କଟକ ସହର ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ କଲେ ବିଧାୟକ

କଟକ ସହର ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ କଲେ ବିଧାୟକ କଟକ (ଏନ୍‌.ଏମ୍‌.): ବର୍ତ୍ତମାନ କଟକ ସହରରେ ଜାଇକା କାମ ଓ ଡ୍ରେନେଜ କାମ ଅଧା ପାନ୍ତାରିଆ ରହିଛି । ଏଥି ବହୁ ଲୋକ ଦୂର୍ଘଟଣା ର ଶିକାର ମଧ୍ୟ ହେଉଛନ୍ତି । କଟକରେ ମେୟର ବଦଳିଛନ୍ତି କିନ୍ତୁ କାମ ଯାହାକୁ ସେୟିଆ ହୋଇ ପଡିରହିଛି । ଏବେ କଟକ ସିଡିଏ ଅଶି୍ୱନୀ ହସ୍ପିଟାଲ ରାସ୍ତା ଦେଇ ଯାଇଥିବା ପେଟା ନାଳ ନର୍ଦମାରେ ପୂର୍ଣ୍ଣ ହୋଇଛି…

Read More

ସାପୁଆ ନଦୀ କୂଳରୁ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର

ସାପୁଆ ନଦୀ କୂଳରୁ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର ଆଠଗଡ଼(ଏନ୍‍.ଏମ୍‍.): ଆଠଗଡ଼ ଅଞ୍ଚଳରେ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ତେବେ ଏହି ସନ୍ତାନଟି କାହାର ଅବୈଧ ସନ୍ତାନ କିମ୍ବା ଝିଅ ବୋଲି ପରିବାର ଲୋକେ ଏଠାରେ ଏଭଳି ପକାଇ ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ କନ୍ୟା ସନ୍ତାନ ସମ୍ପର୍କରେ ରାଜ୍ୟସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେତେ ସଚେତନତା କରାଗଲେ ମଧ୍ୟ ଆଜିବି ଲୋକେ କନ୍ୟାକୁ ଚାହୁଁନଥିବା କୁହାଯାଉଛି । ଯାହାର…

Read More

କଟକ ସହରରୁ ପଙ୍କୋଦ୍ଧାର ନେଇ ସମୀକ୍ଷା କଲେ ମେୟର ଓ କମିଶନର

କଟକ ସହରରୁ ପଙ୍କୋଦ୍ଧାର ନେଇ ସମୀକ୍ଷା କଲେ ମେୟର ଓ କମିଶନର କଟକ(ଏନ୍‌.ଏମ୍‌.): କଟକ ସହରରେ ପଙ୍କୋଦ୍ଧାର ନେଇ ସିଏମସି ମେୟର ଓ କମିଶନରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ମେୟର ସହରରୁ ପଙ୍କୋଦ୍ଧାର ନେଇ ଏକାଧିକବାର ଆଲୋଚନା କରିଥିଲେ ମଧ୍ୟ ନୂତନ କମିଶନରଙ୍କ ସହ ସମସ୍ତ ଅଧିକାରୀଙ୍କ ନେଇ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ସିଏମସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ…

Read More

ନଗର ଉନ୍ନୟନ ମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ

ନଗର ଉନ୍ନୟନ ମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ ଯାତ୍ରୀମାନଙ୍କର ସୁବିଧା ପାଇଁ ଖୋଲିବ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ପାଇଁ ଗୁରୁତ୍ୱ ଭୁବନେଶ୍ୱର(ଏନ୍‌.ଏମ୍‌.): ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀର ପୂର୍ତ୍ତ ଅତିଥି ନିବାସଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ରଥଯାତ୍ରା ପରିପ୍ରେକ୍ଷୀରେ ଜନସାଧାରଣ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି । ଭକ୍ତମାନଙ୍କ ସୁବିଧା ନିମନ୍ତେ ଶ୍ରୀଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ…

Read More

ଭୁବନେଶ୍ୱର ୟୁନିଟ ୪ରେ କ୍ୱାଟର୍ସ ପାଇଁ ଗଛକଟା ମାମଲା: ପ୍ରତି ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୟୁନିଟ ୪ରେ କ୍ୱାଟର୍ସ ପାଇଁ ଗଛକଟା ମାମଲା: ପ୍ରତି ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ବିଧାୟକମାନଙ୍କ ପାଇଁ ଭୁବନେଶ୍ୱର ୟୁନିଟ୍ ୪ ଅଞ୍ଚଳରେ ବହୁତଳ କ୍ୱାଟର୍ସ ପାଇଁ ଗଛକଟା ନେଇ ହୋଇଥିବା ମାମଲାରେ ଆବଦନକାରୀଙ୍କୁ ପ୍ରତି ଜବାବ ଦେବାଲାଗି ଆଜି ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ବିଚାରପତି ସଙ୍ଗମ ସାହୁ ଓ ବିଚାରପତି ବିରଜା ପ୍ରସନ୍ନ ଶତପଥିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆଜି…

Read More

ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ

ଥାନାରେ ନ୍ୟାୟ ନପାଇ ଆତ୍ମାହୁତି ଘଟଣା: ଆଇଆଇସି ନିଲମ୍ବିତ କିଶନନଗର(ଏନ୍‌.ଏମ୍‌.): ଥାନାରୁ ନ୍ୟାୟ ନପାଇ ଆତ୍ମାହୁତି ଉଦ୍ୟମ କରିବା ଏବଂ ଚିକିତ୍ସାସମୟରେ ମୃତ୍ୟୁବରଣ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ଦିନକୁ ଦିନ ବିବାଦୀୟ ମୋଡ଼ ନେବା ପରେ ଆଜି ଡିଜିପି କିଶନର ନଗର ଥାନା ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି । ସୂଚନା ଅନୁଯାୟୀ ଚଳିତ ମାସ ଗତ ୨୩ ତାରିଖ ଦିନ କିଶନନଗର ଥାନା ସମ୍ମୁଖରେ ଦେହରେ…

Read More

ସାଲେପୁରରେ ସବୁଜ ବଳୟ ପାଇଁ ବୃକ୍ଷରୋପଣ

ସାଲେପୁରରେ ସବୁଜ ବଳୟ ପାଇଁ ବୃକ୍ଷରୋପଣ ସାଲେପୁର(ଏନ୍‌.ଏମ୍‌.): ବୃକ୍ଷ ହିଁ ଜୀବନ । ଏବେ ବୃକ୍ଷ ବିନା ସମଗ୍ର ବିଶ୍ୱ ସଂକଟ ଦେଇ ଗତି କରୁଛି । ବିଶ୍ୱତାପାୟନରେ ବି ବିଭ୍ରାଟ ସୃଷ୍ଟି ହେଉଛି । ବିଶ୍ୱରୁ ଅମ୍ଳଜାନ ହ୍ରାସ ପାଉଥିବାବେଳେ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି; ଫଳରେ ପରିବେଶ ପ୍ରଦୂଷିତ ହେବା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର କାରଣ ହେଉଛି । ତେଣୁ ଜୀବ ଜଗତ ତିଷ୍ଟି ରହିବା ପାଇଁ ସବୁଜ ବଳୟର ଆବଶ୍ୟକତା ରହିଛି ।…

Read More

ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ

ବଡମ୍ବା ରୁ ହାତୀ କଙ୍କାଳ ମିଳିବା ଘଟଣାରେ ଏସଆଇଟି ଟିମର ତଦନ୍ତ ଆଠଗଡ଼(ଏନ୍‌.ଏମ୍‌.): କଟକ ବଡମ୍ବା ରେଞ୍ଜର ଚନ୍ଦ୍ରଗିରି ଓ ଖାରୋଡ଼ ସଂରକ୍ଷିତ ଜଙ୍ଗଲରୁ ୩ଟି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ଇନଭେଷ୍ଟିଗେସ ଟିମ(ଏସଆଇଟି) । ତେବେ ମାସେ ଭିତରେ ରିପୋର୍ଟ ହେବା ନେଇ ସୂଚନା ଦେଇଛି ଏସଆଇଟି । କେନ୍ଦ୍ର ସରକାରଙ୍କ ତାଗିଦ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା । ବଡମ୍ବାରୁ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ଼ ହୋଇଥିବା ହାତୀର…

Read More

ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର

ଖୁଣ୍ଟକଟା ଗୁଳିକାଣ୍ଡ ଘଟଣା: ୧ଗିରଫ, ବନ୍ଧୁକ ଓ ଛୁରୀ ଜବତ, ଅନ୍ୟଜଣେ ଫେରାର ଆଠଗଡ(ଏନ୍‍.ଏମ୍‍.): ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଥି ସହିତ ଅନ୍ୟ ଜଣେ ଅଭିଯୁକ୍ତଫେରାର ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟକଟା ଗ୍ରାମର ବିଷ୍ଣୁ ପ୍ରସାଦ ନାୟକ ଓରଫ୍ ଜଗୁ(୨୫) ବୋଲି ଜଣାପଡ଼ିଛି । ଅନ୍ୟ ଫେରାର ଥିବା ଅଭିଯୁକ୍ତ ଜଣକ ସେହି ଗ୍ରାମର ସୁରେଶ…

Read More

ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ

ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ ଭୁବନେଶ୍ୱର(ଏନ୍‌.ଏମ୍‌.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଆମ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରା ଗଣପର୍ବ ‘ରଥଯାତ୍ରା’ରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଭିଡ଼ିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀକୁ ଆସନ୍ତି । ଏହି ସମୟରେ ଲକ୍ଷାଧିକ ଭକ୍ତମାନେ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରିବା କାରଣରୁ ପୁରୀରେ…

Read More

କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ

କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ କଟକ(ଏନ୍‌.ଏମ୍‌.): ସମାଜରେ ଏବେ ସାଇବର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟଙ୍କା ଲୁଟିବା ତ ଆଉ କେତେବେଳେ ବଦନାମ କରିବା ଭଳି ଅପରାଧ ଘଟାଇବା ପାଇଁ ସାଇବର ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଏପରିକି ସୁପ୍ରିମ କୋର୍ଟ ବିଚାରପତିଙ୍କୁ ମଧ୍ୟ ସାଇବର ଅପରାଧୀମାନେ ଛାଡ଼ି ନାହାନ୍ତି । ନିକଟ ଅତୀତରେ ହାଇ କୋର୍ଟ ରେଜିଷ୍ଟାର ଓ ବିଭାଗୀୟ ସଚିବଙ୍କୁ ମଧ୍ୟ ନିଜକୁ ସୁପ୍ରିମକୋର୍ଟ…

Read More

ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ

ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ କଟକ(ଏନ୍‌.ଏମ୍‌.): ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ ସ୍ଥାନୀୟ ଲିଙ୍କରୋଡ଼ ସ୍ଥିତ ଲିଙ୍କ ଆଇ ହସ୍ପିଟାଲ ପରିସରରେ ଏକ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମେରିକାର ସନ୍ଥ ସ୍ୱାମୀ ଅଦ୍ୟାନନ୍ଦ ସରସ୍ୱତୀ ଉଦ୍‌ଘାଟକ ଭାବେ ଯୋଗଦେଇ ସମସ୍ତ ଧର୍ମର ଜନସାଧାରଣ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବା ମଣିଷର ପରମ କର୍ତ୍ତବ୍ୟ ବୋଲି ମତପ୍ରକାଶ କରିଥିଲେ । ପ୍ରତ୍ୟେକ ଧର୍ମର…

Read More