ଭୟରପୁରରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଭୟରପୁରରେ ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଜଗତପୁର(ଏନ୍‌.ଏମ୍‌.): ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ମୁତାରିଫା ପଞ୍ଚାୟତସ୍ଥିତ ଭୟରପୁର ଯାତ୍ରା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ପୌରହିତରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଅନୁଷ୍ଠିତ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ ।ଏହି ଅବସରରେ ଏକ ସାଧାରଣସଭା ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ…

Read More

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ଜବାବ ଦାଖଲ କଲେନି ରାଜ୍ୟ ସରକାର ଓ ଏଏସଆଇ କଟକ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପ୍ରକଳ୍ପ ମାମଲା ଏବେ ହାଇକୋର୍ଟରେ ଥିବାବେଳେ କୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟସରକାର ଓ ଏଏସଆଇ ପାଳନ କରି ପାରିନାହାନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗର ବିସ୍ତୃତ ତଥ୍ୟ ହାଇକୋର୍ଟରେ ପ୍ରଦାନ କରାଯାଇ ପାରିନାହିଁ । ଏଥିନିମନ୍ତେ ଆଜି ଆଫିଡେଭିଟ ଦାଖଲ କରି ବିସ୍ତୃତ ତଥ୍ୟ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ…

Read More

ଯୁବ ବ୍ୟବସାୟୀଙ୍କ ପରଲୋକ

ଯୁବ ବ୍ୟବସାୟୀଙ୍କ ପରଲୋକ କନ୍ଦରପୁର (ଏନ୍‍.ଏମ୍‍.): କଟକ ସଦର ବ୍ଲକ ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ସ୍ୱର୍ଗତ ଇନ୍ଦ୍ରମଣି ବେହେରା ଓ ମାତା ବିଳାସ ମଞ୍ଜରୀ ବେହେରାଙ୍କ ପୁତ୍ର ତଥା ସଫଳତା ବ୍ୟବସାୟୀ ଶୁକଦେବ ବେହେରାଙ୍କ ସାନଭାଇ ବସନ୍ତ ବେହେରା (ଟୁଟୁ)ଙ୍କ ମାତ୍ର ୪୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ବିରିବାଟିସ୍ଥିତ ରତ୍ନାକର ବିଦ୍ୟାମନ୍ଦିରରୁ ସଫଳତାର ସହିତ ପାସ କଲାପରେ ସେ ବ୍ୟବସାୟରେ ମନୋନିବେଶ କରି ଏକ ସଫଳ ବ୍ୟବସାୟୀ ହେବା ସହିତ ଜନସେବାରେ…

Read More

ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା, ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ

ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ ଜଗତପୁର (ଏନ.ଏମ୍‍.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉନ୍ନତି ଓ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଏହି ଯୋଜନା ବିଭିନ୍ନ ସମୟରେ ଦିଗହରା ହୋଇଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସାଲେପୁର ବ୍ଲକ ଜଗତପୁରସ୍ଥିତ ମୁତାରିଫା ପଞ୍ଚାୟତ ଭୟରପୁର ଗ୍ରାମର ୧୪ନମ୍ବର ୱାର୍ଡ…

Read More

ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍‌

ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍‌ ଜଗତପୁର (ଏନ୍‌.ଏମ୍‌.): ଜଗତପୁରସ୍ଥିତ ବଟେଶ୍ୱର ସରକାରୀ ପ୍ରାଥମିକ ଦିଦ୍ୟାଳୟରେ (ଟିପିସିଓଡିଏଲ) ବିଦ୍ୟୁତ ବିଭାଗର ମାସକର ମାତ୍ର ୧୩ ୟୁନିଟକୁ ୬୧ ହଜାର ୮୦୫ଟଙ୍କା ବିଲ୍ ମିଳିଛି । ଆଉ ଏପଟେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଜଗତପୁର ବଟେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଅନେକ ସମସ୍ୟା…

Read More

ନକଲି ଡିଟରଜେଣ୍ଟ କାରଖାନା ଠାବ: ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ଷ୍ଟିକର ଜବତ, ଜଣେ ଗିରଫ

ନକଲି ଡିଟରଜେଣ୍ଟ କାରଖାନା ଠାବ: ବିପୁଳ ପରିମାଣର ଡିଟରଜେଣ୍ଟ ସାମଗ୍ରୀ ଓ ଦାମୀ କମ୍ପାନୀର ଷ୍ଟିକର ଜବତ, ଜଣେ ଗିରଫ କଟକ(ଏନ୍‌.ଏମ୍‌.): କଟକ ସହର ତଥା ଉପକଣ୍ଠ ଅଞ୍ଚଳ ଏବେ ନକଲି ସାମଗ୍ରୀ ପ୍ରସ୍ତୁତିର ଭୂସ୍ୱର୍ଗ ପାଲଟିଛି । ବିଭିନ୍ନ ସମୟରେ ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ତିଆରି ହେଉଥିବା ଧରାପଡ଼ିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକିବାରେ ପ୍ରଶାସନ ଫେଲ ମାରିଛି । ଏଠାରେ ନକଲି ତେଲ,ଘିଅ, ମସଲା,ସସ୍ ଓ ଜର୍ଦ୍ଦା କରାଖାନା…

Read More

କୋଣାର୍କରେ ବିଶ୍ୱଐତିହ୍ୟ ଦିବସ : ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କୋଣାର୍କରେ ବିଶ୍ୱଐତିହ୍ୟ ଦିବସ ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’ କୋଣାର୍କ(ଏନ୍‌.ଏମ୍‌.): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ସମଗ୍ର ବିଶ୍ୱରେ ଥିବା ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ଓ ଜନସଚେତନ ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟକ ବର୍ଷ ଅପ୍ରେଲ ମାସ ୧୮ ତାରିଖ ଦିନଟିକୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରାଯାଇଥାଏ । କୋଣାର୍କର ସୂର୍ଯ୍ୟମନ୍ଦିର ୧୯୮୪ ମସିହାରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେବା ପରେ ସେବେ ଠାରୁ ଏଏସଆଇ କାର୍ଯ୍ୟଳୟ ପକ୍ଷରୁ ପ୍ରତିବର୍ଷ ସୂର୍ଯ୍ୟମନ୍ଦିର…

Read More

ଏସ୍‌ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଏସ୍‌ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ କଟକ(ଏନ୍‌.ଏମ୍‌.): କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ପାଇଁ ହୋଇଥିବା ନିର୍ଦ୍ଦେଶ ଉପରେ ଆଜି ମାନ୍ୟବର ହାଇକୋର୍ଟ ରହିତା ଦେଶ ଜାରି କରିଛନ୍ତି । ଜିଲ୍ଲାପାଳ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଶୁଣାଣି କରିପାରିବେ ବୋଲି ହାଇକୋର୍ଟ ଆଦେଶ ଦେବା ସହ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବବୋଲି ସମୟ ଧାର୍ଯ୍ୟ କରିଛନ୍ତି । ମାମଲାରୁ ବିବରଣୀରୁ ପ୍ରକାଶଯେ,ବିଭିନ୍ନ ସମସ୍ୟା…

Read More

ଭିଜିଲାନ୍ସ ୬୦ ଦିନ ଭିତରେ ଦାଖଲ କରିପାରିଲାନି ଚାର୍ଜସିଟ: ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭିଜିଲାନ୍ସ ୬୦ ଦିନ ଭିତରେ ଦାଖଲ କରିପାରିଲାନି ଚାର୍ଜସିଟ: ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ କମିଶନ୍‌ରେଟ ପୁଲିସର ଅତିରିକ୍ତ ଏସ୍‌ପି ପଦରୁ ବାଧ୍ୟତାମୂଳକ ଅବସରପାଇଥିବା ତ୍ରିନାଥ ମିଶ୍ରଙ୍କୁ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ହୋଇନପାରିବାରୁ ତାଙ୍କୁ ଏହି ଜାମିନ ମିଳିଛି । ପ୍ରମାଣ ନଷ୍ଟ ନକରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଆଦି…

Read More

କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା

କଟକ ଜିଲ୍ଲା କଲରାବାଙ୍କ ଠାରେ କିସ ଅନୁଷ୍ଠାନ ପକ୍ଷରୁ ଖୋଲିଲା ସ୍ୱତନ୍ତ୍ର ଶାଖା କଟକ (ଏନ୍‌.ଏମ୍‌.): କଲରାବାଙ୍କ ଠାରେ ମଧ୍ୟ ଭୁବନେଶ୍ୱର କିଟ, କିସ ଅନୁଷ୍ଠାନ ଭଳି ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି କିଟ୍‌ର ମୁଖ୍ୟ ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅନୁଷ୍ଠାନର ଶୁଭ ଉଦ୍‌ଘାଟନ କରିଛନ୍ତି ।

Read More

ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବ କେବେ ? : ମହାନଦୀ ବ୍ୟାରେଜ ଏବେ ପାଲଟିଛି ଆକ୍ସିଡେଣ୍ଟ ଜୋନ

ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବ କେବେ ?: ମହାନଦୀ ବ୍ୟାରେଜ ଏବେ ପାଲଟିଛି ଆକ୍ସିଡେଣ୍ଟ ଜୋନ କଟକ(ଏନ୍‌.ଏମ୍‌): ମହାନଦୀ ବ୍ୟାରେଜ ଏବେ ଆକ୍ସିଡେଣ୍ଟ ଜୋନ ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ତଥା ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ବ୍ୟାରେଜରାସ୍ତାରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଏହି ବ୍ୟାରେଜ ଉପରେ ଯାଇଥିବା ସେତୁ ରାସ୍ତାଟି ବିଭିନ୍ନ ସ୍ଥାନରେ ଗର୍ତ୍ତ ହୋଇଥିବାବେଳେ ଷ୍ଟ୍ରିଟଲାଇଟ ଅଚଳ ହୋଇପଡ଼ୁଥିବା ଯୋଗୁଁ ଅନ୍ଧକାରମୟ ହୋଇ ପଡ଼ୁଛି ।…

Read More

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ବିକ୍ଷୋଭ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ଘରୋଇ ଡ୍ରାଇଭରମାନେ ବହୁସଂଖ୍ୟାରେ ଧାରଣାରେ ସାମିଲ ହୋଇଥିଲେ । ଡ୍ରାଇଭରମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଲାଗି ଜୀବନବୀମା କରାଇବା ଓ ଅବସର ପରେ ପେନ୍‌ସନ୍ ପ୍ରଦାନ କରିବା ସହିତ ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ ।…

Read More