ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ
ପ୍ରତିଶ୍ରୁତି ରକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା: ଖୋଲିଲା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ମାହାଙ୍ଗା(ଏନ୍.ଏମ୍.): ମାହାଙ୍ଗା ଅଞ୍ଚଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଏକ ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ଆଜି ଉଦ୍ଘାଟିତ ହୋଇଯାଇଛି । ଏ ନେଇ ମନ୍ତ୍ରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଏକ ବିଶାଳ ଶୋଭାଯାତ୍ରାରେ ଆସି ପାଇକରାପୁର ପଞ୍ଚାୟତର ବିକାଶରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିଛନ୍ତି । ଚମ୍ପତିପୁର ଅଞ୍ଚଳରେ ସରକାରୀ ହୋମିଓପ୍ୟାଥି…
