ଖାକିରେ କଳଙ୍କ: ଫାଣ୍ଡିରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ହୋମଗାର୍ଡଙ୍କ ସମେତ ୩ ଅଟକ

ଖାକିରେ କଳଙ୍କ: ଫାଣ୍ଡିରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ହୋମଗାର୍ଡଙ୍କ ସମେତ ୩ ଅଟକ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ପୁଲିସ୍ ଆଉଟପୋଷ୍ଟ ଭିତରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ୍ୟୁଟି ସମୟରେ ଜଣେ ହୋମଗାର୍ଡ ଏହି କାଣ୍ଡ ଘଟାଇଥିବା ମହିଳାଜଣକ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବାପରେ ପୁଲିସ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ହୋମଗାର୍ଡଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି…

Read More

ସିଏମ୍‌ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା

ସିଏମ୍‌ସି କଲ୍ୟାଣ ମଣ୍ଡପ ଦୁର୍ନୀତି:୨କୋଟି ୧୦ଲକ୍ଷ ୪୩ହଜାର ଆତ୍ମସାତ, ପୂର୍ବତନ ତତ୍ତ୍ୱାବଧାରକଙ୍କ ନାମରେ ଏତଲା କଟକ(ଏନ୍‌.ଏମ୍‌.): ସିଏମସି କଲ୍ୟାଣ ମଣ୍ଡପ ଦୁର୍ନୀତିର ଖୋଳତାଡ଼ ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ପରେ ପୁଣି ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସିଏମସି କଲ୍ୟାଣ ମଣ୍ଡପର ଦୁର୍ନୀତିକୁ ନେଇ ସିଏମ୍‌ସି ପକ୍ଷରୁ ପୂର୍ବତନ ତତ୍ତ୍ୱାବଧାରକ ପ୍ରଦୀପ ସାମଲ ଓ ତତ୍‌କାଳୀନ ଡେପୁଟି ସେକ୍ରେଟାରୀ ନିର୍ମଳ ନାୟକଙ୍କ ନାମରେ ସ୍ଥାନୀୟ ପୁରୀଘାଟ ଥାନାରେ ଏତଲା ଦାୟର କରାଯାଇଛି ।…

Read More

କଟକରେ ବଢ଼ୁଛି ଧଳା ଜହର କାରବାର: ୨୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ, ୧ ଗିରଫ

କଟକରେ ବଢ଼ୁଛି ଧଳା ଜହର କାରବାର: ୨୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ, ୧ ଗିରଫ କଟକ (ଏନ୍‌.ଏମ୍‌.): ଲାଲବାଗ ଥାନା ପୁଲିସ ଆଜି ଜଣେ ଆନ୍ତରାଜ୍ୟ ବ୍ରାଉନ ସୁଗର ଚାଲାଣକାରୀକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବିଡାନସୀ ଥାନା ଅନ୍ତର୍ଗତ ତୁଳସୀପୁର ଖ୍ରୀଷ୍ଟିଆନ ସାହିର ରାଜା ଓରଫ ଜିତେନ୍ଦ୍ର ବସ୍ତିଆ(୩୦) ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ନିକଟରୁ ୨୭୦ ଗ୍ରାମ ଓଜନର ଧଳା ଜହର ଜବତ କରାଯାଇଛି । ଏହାର ମୂଲ୍ୟ…

Read More

ମହାନଦୀରେ ଗାଧୋଇବା କାଳ ହେଲା: ୪ ସାଙ୍ଗଙ୍କ ମୃତଦେହ ଉଦ୍ଧାର

ମହାନଦୀରେ ଗାଧୋଇବା କାଳ ହେଲା: ୪ ସାଙ୍ଗଙ୍କ ମୃତଦେହ ଉଦ୍ଧାର କଟକ(ଏନ୍‌.ଏମ୍‌.): ମହାନଦୀରେ ଗାଧୋଇବାକୁ ଯାଇ ଫେରିନଥିଲେ ୪ସାଙ୍ଗ । ଗତକାଲି ମହାନଦୀକୁ ଯାଇଥିବାବେଳେ ବିଳମ୍ବିତ ରାତିରେ ଜଣେ ଏବଂ ଆଜି ୩ଜଣଙ୍କ ମୃତ ଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସ୍କୁଲରୁ ଫେରିବା ପରେ ଘରେ ବାହାନା କରି ନଦୀ ଘାଟକୁ ଚାଲି ଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ…

Read More

ବିଧାନସଭା ପରିସରରେ ସମ୍ବିଧାନ ଦିବସ ପାଳନ ଅବସରରେ ଶପଥ ପାଠ

ବିଧାନସଭା ପରିସରରେ ସମ୍ବିଧାନ ଦିବସ ପାଳନ ଅବସରରେ ଶପଥ ପାଠ ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତୀୟ ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ବିଧାନସଭା ସଚିବାଳୟ ତରଫରୁ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥପାଠ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇ ବିଧାନସଭା ସଚିବାଳୟ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସମ୍ବିଧାନ ପ୍ରତି ଆନୁଗତ୍ୟ ରକ୍ଷା କରିବା ପାଇଁ ତଥା ଶ୍ରଦ୍ଧା ଓ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ…

Read More

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଇମ୍ଫା ଶିଳ୍ପଗୋଷ୍ଠୀର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ୪୦୭ଜଣ ବ୍ୟକ୍ତିଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା ତରଫରୁ ଚୌଦ୍ୱାର ଯାତ୍ରା ପଡ଼ିଆରେ ଅବସ୍ଥିତ ୟୁନିଅନ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ ପରିସରରେ ଏକ କୋଭିଡ଼ ଟୀକାକରଣ କେନ୍ଦ୍ର କରାଯାଇ ଚୌଦ୍ୱାର ଅଞ୍ଚଳବାସୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଚୌଦ୍ୱାରର ପୂର୍ବତନ…

Read More

୧୪୦କୋଟି ଟଙ୍କାର ଋଣ ଫାଙ୍କୁଛି କମ୍ପାନୀ: ଜଗତପୁର ଶିଳ୍ପାଞ୍ଚଳରେ ସିବିଆଇ ଚଢାଉ

୧୪୦କୋଟି ଟଙ୍କାର ଋଣ ଫାଙ୍କୁଛି କମ୍ପାନୀ: ଜଗତପୁର ଶିଳ୍ପାଞ୍ଚଳରେ ସିବିଆଇ ଚଢାଉ କଟକ(ଏନ୍‌.ଏମ୍‌.): ଜଗତପୁର ଶିଳ୍ପାଞ୍ଚଳରରେ ଥିବା ଏକ କମ୍ପାନୀ ନକଲି କାଗଜପତ୍ର ଦେଇ ୨ଟି ବ୍ୟାଙ୍କରୁ କୋଟିକୋଟି ଟଙ୍କା ଋଣ ନେଇ ନଶୁଝିବା ଘଟଣାରେ ଆଜି ସଂପୃକ୍ତ କମ୍ପାନୀ ଉପରେ ସିବିଆଇ ଚଢଉ କରିଛି । ଏସ୍ ଆର୍ ଆଲକୋଭେଦ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରଞ୍ଜନ କୁମାର ପାଢି ପ୍ରଥମେ ୭୭ କୋଟି ଟଙ୍କା ଋଣ ନେଇ ନ ଶୁଝିବାରୁ…

Read More

ବାରବାଟୀ-କଟକ ବିଧାୟକଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ

ବାରବାଟୀ-କଟକ ବିଧାୟକଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡ ଷଣ୍ଢ ଆଶ୍ରମ ସ୍ଥିତ ବସ୍ତି, ୭ ନମ୍ବର ୱାର୍ଡର ଇଦ୍‌ଘା ଓ ୨୬ ନମ୍ବର ୱାର୍ଡର କାଠଗଡା ସାହି ଆଦି ବସ୍ତି ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ଶୀତବସ୍ତ୍ର ବିତରଣ କରିଛନ୍ତି । ବସ୍ତିର ଗରିବ, ଅସହାୟ, ବରିଷ୍ଠ ବୃଦ୍ଧ–ବୃଦ୍ଧାମାନଙ୍କୁ କମ୍ବଳ ପ୍ରଦାନ କରିଥିଲେ । କଟକ ସହରରେ ଅନେକ…

Read More

୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

୨୬ରୁ ୨୮ ଏସସିବି ପ୍ଲାଟିନମ ଜୁବୁଲି ଉଦଯାପନୀ: ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ କଟକ(ଏନ୍‌.ଏମ୍‌.): ଦୀର୍ଘ ୭୫ଦିନ ଧରି ଚାଲିଥିବା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ଲାଟିନମ ଜୁବୁଲି ଓ ଏସସିବିଆନ ଗ୍ଲୋବାଲ କନକ୍ଲେଭ ଉଦଯାପିତ ହେବାକୁ ଯାଉଛି । ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨୬ ତାରିଖରେ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି…

Read More

‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ

‘ଓମ୍‌ସା’ର ୬୮ତମ ବାର୍ଷିକ ସମ୍ମିଳନୀ କେବଳ ଦେହର ଚିକିତ୍ସା ନୁହେଁ, ଆତ୍ମାର ଚିକିତ୍ସା ମଧ୍ୟ ଜରୁରୀ: ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ମଣିଷ ବସ୍ତୁତଃ ଏକ ଆତ୍ମା ଯେ ଦେହରେ ଅବସ୍ଥାନ କରେ । କେବଳ ଦେହର ଚିକିତ୍ସା ନୁହେଁ, ଆତ୍ମା ଓ ମନର ଚିକିତ୍ସା ଏକାନ୍ତ ଜରୁରୀ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓମ୍‌ସା)ର ୬୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ…

Read More

‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ୨୦୨୨ ମସିହା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟରେ ୧୩,୦୨୦ ଏସ୍‌ସି, ଏସ୍‌ଟି ଏବଂ ଓବିସି ଯୁବବର୍ଗଙ୍କୁ ଦକ୍ଷତା ବିକାଶ ତାଲିମ ସହ ନିଯୁକ୍ତି ଲକ୍ଷ୍ୟ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ୫-‘ଟି’ ଉପକ୍ରମରେ ‘ପ୍ରୟାସ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରିତା ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ‘ପ୍ରୟାସ’ ଯୋଜନା…

Read More

ୱାର୍ଲଡ ସ୍କିଲ ସେଣ୍ଟରରେ ଆରମ୍ଭ ହେଲା ପ୍ରଥମ ବ୍ୟାଚ୍ ପାଠ୍ୟକ୍ରମ

ୱାର୍ଲଡ ସ୍କିଲ ସେଣ୍ଟରରେ ଆରମ୍ଭ ହେଲା ପ୍ରଥମ ବ୍ୟାଚ୍ ପାଠ୍ୟକ୍ରମ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧୀନରେ ୱାର୍ଲଡ ସ୍କିଲ ସେଣ୍ଟରଠାରେ ପ୍ରଥମ ବ୍ୟାଚ୍ ଉନ୍ନତ ସ୍କିଲ ପାଠ୍ୟକ୍ରମ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଯାଇଛି । ଏହା ନେଇ ୱାର୍ଲଡ ସ୍କିଲ ସେଣ୍ଟରଠାରେ ଏକ ଭବ୍ୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଦିତ୍ୟ ବିରଲା ଗ୍ରୁପ୍‌ର ନିର୍ଦ୍ଦେଶକ ଡକ୍ଟର ସନ୍ତୃପ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।…

Read More