ଟେଟ୍ରାହେଡ୍ରନରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ସଂଗୃହୀତ
ଟେଟ୍ରାହେଡ୍ରନରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ସଂଗୃହୀତ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଘରୋଇ ବିଜ୍ଞାନ ମହାବିଦ୍ୟାଳୟ ଟେଟ୍ରାହେଡ୍ରନ ପରିସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମିତ କ୍ୟାମ୍ପସ ପରିସରରେ ଆୟେଜିତ ଏହି ଶିବିରରେ ଟେଟ୍ରାହେଡ୍ରନ ସମେତ ସ୍ଥାନୀୟ ଟାଙ୍ଗୀ, ବିଶ୍ୱନାହାକାଣୀ ଓ ଶଙ୍କରପୁର(ଗୋଖଲେ) ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଟେଟ୍ରାହେଡ୍ରନ ଗ୍ରୁପ୍ର ଅଧ୍ୟକ୍ଷ ତ୍ରିଦେବ ବେହେରା ଓ ସହଧର୍ମିଣୀ ଅଧ୍ୟାପିକା ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ…
