୭ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତଙ୍କୁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

୭ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତଙ୍କୁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର (ଏନ୍‌.ଏମ୍‌.): ସାମୁଦ୍ରିକ ଛଡ଼ ୟାସର ତାଣ୍ଡବ ପରେ ଆଜି ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ଆସନ୍ତା ୭ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା ପ୍ରଭାବିତଙ୍କୁ ୭ଦିନ ପର୍ଯ୍ୟନ୍ତ ରିଲିଫ ପ୍ରଦାନ କରାଯିବ । ରାଜ୍ୟର ୧୨୮ଟି ପ୍ରଭାବିତ ଗାଁର ଜନସାଧାରଣଙ୍କୁ ୭ଦିନ ପର୍ଯ୍ୟନ୍ତ ଏହି ରିଲିଫ ମିଳିବ । ଏଥି ସହିତ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତାକୁ ୨୪ଘଣ୍ଟା ମଧ୍ୟରେ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ତେବେ ୨୪ ଘଣ୍ଟା ମଧ୍ୟରେ ୮୦ପ୍ରତିଶତ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ସହ ବାତ୍ୟା ମୁକାବିଲା ନେଇ ପ୍ରଶାସକ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାତ୍ୟା ମୁକାବିଲା ପରବର୍ତ୍ତି ପର୍ଯ୍ୟାୟ ପଦକ୍ଷେପ କ’ଣ ନିଆଯିବ ସେଥିନେଇ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିବାବେଳେ ଏଠାରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଏସଆରସି ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Slider କୃଷି କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ