୪୮ନମ୍ବର ୱାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥି ଘୋଷଣା ପରେ ନିରାଶ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ଅସନ୍ତୋଷ
କଟକ(ଏନ୍.ଏମ୍.): ସିଏମସି ନିର୍ବାଚନ ପାଇଁ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥିଙ୍କ ତାଲିକା ଲମ୍ବା ଥିବାବେଳେ ନାମ ଘୋଷଣା ପରେ ଏବେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ ବିଶେଷ କରି ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ଏହି ଅସନ୍ତୋଷ ତିବ୍ରତର ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ନାମାଙ୍କନପତ୍ର ଦାଖଲର ୩ଦିନ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ତାଲିକା ଚୁଡ଼ାନ୍ତ ନହେବ ଯୋଗୁ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଥିଲା । ବିଶେଷ କରି ପ୍ରାର୍ଥୀ ଚୟନ ନେଇ ବିଜେଡି ହରଡଘଣାରେ ପଡ଼ିଥିବା ଚର୍ଚ୍ଚା ହୋଇଥିଲା । ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସିଏମସି ୪୮ନମ୍ବର ୱାର୍ଡ଼ରେ ବାରମ୍ବାର କର୍ମି ବୈଠକ କରି ୪ ଆଶାୟୀ ପ୍ରାର୍ଥିଙ୍କ ମଧ୍ୟରେ ଉପଯୁକ୍ତ ପାର୍ଥି ବାଛିବା କାଠିକର ପାଠ ହୋଇଥିଲା । ବହୁ ମାନସ ମନ୍ଥନ ପରେ ପୂର୍ବତନ ବିଧାୟକଙ୍କ ସୁପାରିସ କ୍ରମେ ବିଜେଡି ପକ୍ଷରୁ ନଳିନୀ ବେହେରାଙ୍କୁ ପ୍ରାର୍ôଥନୀ ଭାବେ ଦଳ ଘୋଷଣା କରିଥିଲା । ପ୍ରାର୍ଥି ଘୋଷଣା ପରେ ନିରାଶ ହୋଇଥିବା ଆଶାୟୀ ପ୍ରାର୍ଥି ତଥା ଦଳର ସକ୍ରିୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦଳ ପ୍ରତି ଥିବା ସେମାନଙ୍କର ନିଷ୍ଠାକୁ ପୂର୍ବତନ ବିଧାୟକ ଭଲ ଭାବେ ତର୍ଜମା ନକରି ଓ ତାଙ୍କର ଲୋକ ପ୍ରିୟତାକୁ ଅଣଦେଖା କରି ପ୍ରାର୍ଥି ଚୟନ କରାଯାଇଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷରୁ ସେମାନଙ୍କୁ ବାଦ ଦେଇଥିବାରୁ ସେମାନଙ୍କ ମନରେ ଖୋବ ରହିଛି । ଏହି ଅସନ୍ତୁଷ୍ଟ ପ୍ରାର୍ଥିଙ୍କୁ ବିଧାୟକ କିପରି ଏକାଠି ସାଙ୍ଗରେ ନେଇ ନିର୍ବାଚନ ବୈତରଣୀ ପାର ହେବେ ତାହା ସ୍ଥାନୀୟ ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି ।