ସିଏମସି ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘରକୁ ଯାଇ କରାଯିବ କୋଭିଡ ପରୀକ୍ଷା ଓ ଟିକାକରଣ

ସିଏମସି ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘରକୁ ଯାଇ କରାଯିବ କୋଭିଡ ପରୀକ୍ଷା ଓ ଟିକାକରଣ

କଟକ (ଏନ୍.ଏମ୍.):  କଟକ ସହରରେ  କୋଭିଡ ପରିଚାଳନା ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଏଣିକି ସ୍ୱତନ୍ତ୍ର ଗାଡିରେ ଘର ଘର ବୁଲି  କରୋନା ଟିକା କରଣ ଏବଂ କରୋନା ପରୀକ୍ଷା  କରାଯିବ । ୭୦ବର୍ଷରୁ ଉଦ୍ଧ୍ୱର୍ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟିକା କରଣ ଏବଂ କରୋନା ପରୀକ୍ଷା ପାଇଁ ସିଏମସି ପକ୍ଷରୁ ପୃଥକ ଭାବେ ୨ଟି ଫୋନ ନମ୍ବର ଜାରି କରାଯାଇଛି । ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଏହି ନମ୍ବରରେ ଯୋଗାଯୋଗ କରି ପଞ୍ଜିକରଣ କରିପାରିବେ । ସହରରେ ଟିକାକରଣ ଏବଂ କରୋନା ପରୀକ୍ଷାକୁ ବ୍ୟାପକ କରାଯାଇଛି । ପ୍ରତିଦିନ ଟିକାକରଣ ଏବଂ କରୋନା ପରୀକ୍ଷା କେନ୍ଦ୍ରରେ ପ୍ରବଳ ଭିଡ ହେଉଥିବା ଯୋଗୁଁ ବରିଷ୍ଠ ନାଗରିକମାନେ ବହୁ ଅସୁବିଧାର ସମ୍ମୁୀଖୀନ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ୭୦ ବର୍ଷରୁ ଉଦ୍ଧ୍ୱର୍ ଏବଂ ଭିନ୍ନକ୍ଷମଙ୍କ ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟିକା ନେବାକୁ ହେଲେ ସିଏମସିର ୯୭୭୭୦୬୭୨୯୭ ନମ୍ବର ଏବଂ କରୋନା ପରୀକ୍ଷା ପାଇଁ ୭୨୦୫୩୩୭୨୧୭ ନମ୍ବରରେ ଯୋଗାଯୋଗ କରି ପଞ୍ଜକରଣ କରିବାକୁ ହେବ । ପଞ୍ଜିକରଣ ସମୟରେ ନିଜର ପୂରାନାମ, ୱାର୍ଡ ସଂଖ୍ୟା ସହ ଠିକଣା, ଆଧାର କାର୍ଡ ନମ୍ବର ଏବଂ  ଯୋଗଯୋଗ ନମ୍ବର ଦେବାକୁ ପଡିବ । ସୋମବାରରୁ ଶୁକ୍ରବାର ମଧ୍ୟରେ ଏହି ସେବା ଯୋଗଇ ଦିଆଯିବ । ଯେଉଁ ଦିନ ପଞ୍ଜିକରଣ କରାଯାଇଥିବ ତା ପରଦିନ ତାଙ୍କ ଘରେ ଗାଡି ଯାଇ ପହଞ୍ଚôବ । ନଚେତ ଟିକା ଏବଂ ଟେଷ୍ଟିଂ କିଟର ଉପଲବ୍ଧତା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧାର୍ଯ୍ୟ ତାରିଖ ପ୍ରଦାନ କରାଯିବ । ସେହିଦିନ ମୋବାଇଲ ଭ୍ୟାନ ଘରେ ଯାଇ ଏହି ସେବା ଯୋଗାଇବ । ଟିକାକରଣ ଏବଂ କରୋନା ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟା ମୋବାଇଲ ଭ୍ୟାନ ସହରରେ ଘର ଘର ବୁଲିବ । ସିଏମସିର ୫୯ଟି ୱାର୍ଡ଼କୁ ୪ଟି ଜୋନରେ ଭାଗ କରାଯାଇ ପ୍ରତି ଜୋନରେ ୧୫ଟି ୱାର୍ଡ଼ରେ ଏହି ଭ୍ୟାନ ବୁଲିବ । ପ୍ରତି ଭ୍ୟାନରେ ପାରାମଡେିକାଲ ଷ୍ଟାପ ଏବଂ ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି । ପରବର୍ତ୍ତୀ ସମୟରେ ଲୋକାମାନଙ୍କ ପଞ୍ଜିକରଣ ସଂଖ୍ୟାଙ୍କୁ ଅନୁଧ୍ୟାନ କରି ମୋବାଇଲ ଭ୍ୟାନ ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ