ସରକାରୀ ଗୋଚୋର ଜମି ଓ ଖେଳ ପଡିଆ ଜବର୍ ଦାଖଲକୁ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

ସରକାରୀ ଗୋଚୋର ଜମି ଓ ଖେଳ ପଡିଆ ଜବର୍ ଦାଖଲକୁ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

ସରକାରୀ ଗୋଚୋର ଜମି ଓ ଖେଳ ପଡିଆ ଜବର୍ ଦାଖଲକୁ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

News by Maheswar Behera (Baranga)

#ବାରଙ୍ଗ(ଏନ୍‌.ଏମ୍‌.): ସରକାରୀ ଗୋଚର ଜମି ଓ ଖେଳପଡ଼ିଆକୁ ଜବରଦଖଲ କରାଯିବା ପ୍ରତିବାଦରେ ଅଞ୍ଚଳବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ପ୍ରଶାସନିକ କିଛି ଅସାଧୁ ଅଧିକାରୀଙ୍କୁ ହାତମୁଠାରେ ରଖି ଅଞ୍ଚଳର କିଛି ମୁଷ୍ଠିମେୟ ବ୍ୟକ୍ତି ସରକାରୀ ଜମିକୁ ହଡ଼ପ କରିଥିଲେ ସୁଦ୍ଧା ପ୍ରଶାସନ ଜାଣି ଶୁଣି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଶତାଧିକ ଲୋକେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ବାଙ୍କି ନିର୍ବାଚନ ମଣ୍ଡଳୀର ବାରଙ୍ଗ ଥାନା ଅନ୍ତର୍ଗତ କୁଁନେଇ ପଡ଼ା ପଞ୍ଚାୟତର ଫକିରୀପଡ଼ା ଗ୍ରାମ ଛକ ଠାରେ ଗୋଚର ଖେଳ ପଡିଆକୁ କିଛି ପ୍ରଭାବ ଶାଳୀ ବ୍ୟକ୍ତି ନିଜ କବ୍‌ଜାରେ ରଖିଥିବାବେଳେ ଅଞ୍ଚଳବାସୀ ବାରମ୍ବାର ଏହାର ପ୍ରତିବାଦ କରିବା ସହ ଜିଲ୍ଲାପ୍ରଶାସନକୁ ଅବଗତ କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଏହାକୁ ବିରୋଧ କରି କିଛି ଘଣ୍ଟା ପର୍ଯ୍ୟନ୍ତ ବାଙ୍କି ତ୍ରିସୁଲିଆ ମୁଖ୍ୟ ରାସ୍ତାର ଫକୀରୀ ପଡ଼ା ଠାରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଫଳରେ ରାଜ୍ୟ ରାଜ ପଥରେ ଗାଡି ମୋଟର ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡିଥିଲା । ସେପଟେ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ତେବେ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯିବା ପରେ ଖବର ପାଇ କଟକ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଲୋକେ ରାସ୍ତାରୋକରୁ ଓହରିବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା । ସୂଚନାନୁଯାୟୀ, ଫକୀର ପଡ଼ା ଗ୍ରାମର ମୁଖ୍ୟ ଗୋଚର ଖେଳ ପଡିଆକୁ କିଛି ଦିନ ଧରି କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜନୀତିକ ଛତ୍ରଛୟା ରହି ଗୋଡି ପଥର ପକାଇ ନିଜ ଦଖଲରେ ରଖିଛନ୍ତି । ଫଳରେ ଗାଁର ଗାଈ ଗୋରୁ ଚରିବା ଠାରୁ ଆରମ୍ଭ କରି ପିଲାମାନଙ୍କର ଖେଳ କୁଦରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏ ନେଇ ବାରଙ୍ଗ ତହସିଲଦାରଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଏଭଳି ସରକାରୀ ଗୋଚର ଜମିକୁ ଜବରଦଖଲକୁ ନେଇ ଲିଖିତ ଅଭିଯୋଗ ପତ୍ର ସହିତ ଦିଆଯିବା ସହିତ ବାରଙ୍ଗ ତହସିଲଦାର କାର୍ଯ୍ୟଲୟ ଘେରାଉ ମଧ୍ୟ କରାଯାଇଥିଲା । ପରେ ଗ୍ରାମବାସୀଙ୍କୁ ତହସିଲଦାର ବୁଝାସୁଝା କରି ତଦନ୍ତ କରି ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କୌଣସି ପଦକ୍ଷେପ ନନେବାରୁ ଜବରଦଖଲକାରୀମାନେ ଗୋଚର ଖେଳ ପଡିଆ ଉପରେ ପୁନଃ ପାଚେରୀ ନିର୍ମାଣ କାର୍ଯ୍ୟ କରିଛନ୍ତି ଆରମ୍ଭ କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀମାନେ ନୀରବଦ୍ରଷ୍ଟା ସାଜିବା ଯୋଗୁ ବାଧ୍ୟ ହୋଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରାସ୍ତାରୋକ ଭଳି ପନ୍ଥା ଆପଣେଇ ଥିବା ବିକ୍ଷୋଭକାରୀ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ