ଶିଶୁପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ

ଶିଶୁପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ

ଶିଶୁପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର ଲୋକେ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣେ ଶିଶୁ ପୁତ୍ରର ଅବସ୍ଥା ଦିନକୁ ଦିନ ବିଗିଡ଼ି ଯାଉଥିବାବେଳ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ କୁନି ପିଲାଟିର ଚିକିତ୍ସା ନିମନ୍ତେ ଯଦି କୌଣସି ସହୃଦୟ ବ୍ୟକ୍ତି କିଛି ଆର୍ଥିକ ସହାୟତା ପ୍ରଦାନ କରନ୍ତି ତେବେ ଶିଶୁଟିର ଜୀବନ ବଞ୍ôଚପାରିବ ବୋଲି ତାଙ୍କ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ ଶାସନ ଥାନା ପରମାଣପୁର ଅନ୍ତର୍ଗତ ବର୍ଷାପାଲି ଗ୍ରାମର କୃଷ୍ଣଚନ୍ଦ୍ର ଜେଠୀଙ୍କ ୩ବର୍ଷର ପୁଅ ଲିପୁନ ଏବେ ରାଉଣ୍ଡ କେଲପ୍ ଟ୍ୟୁମର ରୋଗରେ ପୀଡ଼ିତ । ପିତାମାତା ପିଲାଟି ଜନ୍ମହେବା ପରେ ବେଶ ହସଖୁସିରେ ଦିନ କେତୋଟି କଟି ଯାଇଥିଲା । କିନ୍ତୁ ଯେତେବେଳ ପୁଅକୁ ଅଢେଇବର୍ଷ ହୋଇଗଲା ସେତେବେଳେ ତାଙ୍କ ପରିବାରକୁ ଦୁଃଖର କଳାବାଦଲ ଛାଇଗଲା । ହଠାତ ପିଲାଟି ଅସୁସ୍ଥ ହୋଇପଡ଼ିବାରୁ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ ଡାକ୍ତର ଯେତେବେଳେ ପୁଅର ରୋଗ ବିଷୟରେ କହିଲେ ବାପ ମା’ଙ୍କ ପାଦତଳୁ ମାଟି ଯେମିତି ଖସିଯାଉଥିଲା । ତେବେ ପୁଅକୁ ଭଲ କରିବା ପାଇଁ ପରିବାର ଲୋକେ ସମସ୍ତ ଅର୍ଥ ଖର୍ଚ୍ଚ କରିବା ପରେ ସର୍ବସ୍ୱାନ୍ତ ହୋଇ ପଡ଼ିଛନ୍ତି । କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରର ୧୨୦ ନମ୍ବର ଶଯ୍ୟାରେ ଲିପୁନଙ୍କର କେମୋଥେରାପି ଚିକିତ୍ସା ଚାଲିଛି । ତେବେ ଅନ୍ୟାନ୍ୟ ଔଷଧ ଓ ପଥି ପାଇଁ ତାଙ୍କ ନିକଟରେ ଥିବା ଅର୍ଥ ଶେଷ ହୋଇଯିବା ପରେ ବାଧ୍ୟ ହୋଇ ଅନ୍ୟର ସହାୟତା ଲୋଡ଼ୁଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରନ୍ତି ତେବେ କୃଷ୍ଣଚନ୍ଦ୍ରଙ୍କ ୯୧୭୮୭୭୪୩୬୫ରେ ଯୋଗାଯୋଗ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି । ତେବେ ଆସନ୍ତାକାଲି ତାଙ୍କର ମେଡ଼ିକାଲରୁ ଡିସଚାର୍ଯ୍ୟ କରାଯାଉଥିବାରୁ ସେ ଘରକୁ ଯିବେ ଓ ନିର୍ଦ୍ଦିଷ୍ଟ ଦିନରେ ପୁଅକୁ ଆଣି କେମୋ ଦିଆଇବେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ