ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ
କଟକ (ଏନ୍‌.ଏମ୍‌.): କରୋନାଜନିତ ହାହାକାରମୟ ପରିସ୍ଥିତି ଓ ଲକ୍‌ଡାଉନ୍ ଭିତରେ ବସ୍ତି ଉଛେଦ ଚାଲିଛି । ସରକାରଙ୍କ ଏପରି କଣ ଜରୁରୀ ହୋଇ ପଡିଛି କେଜାଣି ଗରିବ ବସ୍ତିବାସିନ୍ଦାଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ଉଛେଦ କରି ସେମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି? ସରକାର ଓ ପ୍ରଶାସନର ଏହିଭଳି ନିଷ୍ଠୁର ଅମାନବୀୟ ଆଚରଣକୁ ‘ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ’ ପକ୍ଷରୁ ଆବାହକ ଖଗେଶ୍ୱର ସେଠୀ ଓ ବସ୍ତି ନେତା ଦିପକ ଦାସ ତୀବ୍ର ନିନ୍ଦା କରିଛନ୍ତି । ଏଭଳି ଆଚରଣରୁ ସରକାରୀ କଳ ନିବୃତ୍ତ ରହିବାକୁ ମଞ୍ଚ ପକ୍ଷରୁ କୁହାଯାଇଛି । ସରକାର ଓ ପ୍ରଶାସନ କରୋନା କଟକଣା ଓ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଅଥଚ ନିଜେ କୋଭିଡ ନିୟମ ଉଲଘଂନ କରି ହଜାର ହଜାର ବସ୍ତି ବାସିନ୍ଦାଙ୍କୁ ଠୁଳ କରୁଛନ୍ତି । ଆଜି ବଳପୂର୍ବକ ତେଲୁଗୁ ବସ୍ତି ଉଛେଦ କରି ୯୦ ପରିବାରକୁ ସାର୍ତ୍ତୋଳ ସ୍କୁଲରେ ଗୋଟିଏ ଗୋଟିଏ କ୍ଲାସ୍ ରୁମରେ ୨୦ ରୁ ୨୫ ଲୋକଙ୍କୁ ରଖାଯାଇଛି । ଏ ହେଉଛି ପ୍ରଶାସନର କୋଭିଡ ନିୟମ ପାଳନ? ବର୍ତ୍ତମାନ ବର୍ଷା ଦିନ ଆରମ୍ଭ ହେଉଛି । ରୋଗର ଆକ୍ରମଣ ଓ ପ୍ରଶାସନର ଆକ୍ରମଣରୁ କିମିତି ବଞ୍ଚିବେ ବସ୍ତି ବାସିନ୍ଦା? ସେ ବିଷୟରେ ସରକାର, ପ୍ରଶାସନ ଶାସକ ଦଳ ବା ବିରୋଧି ଦଳ କହାର ଗରଜ ନାହିଁ କାରଣ ବର୍ତ୍ତମାନ ନିର୍ବାଚନ ନାହିଁ । କାଳବୈଶାଖି ସମୟରେ ପୂର୍ବତନ ବିଧାୟକ, ବିଧାୟକ ସି.ଏମ.ସିକୁ ଦୋଷାରପ, ସାଂସଦଙ୍କ ପ୍ରଶାସନ ପାଖରେ ଦାବି କେବଳ ମିଛିମିଛିକା ଅଭିନୟ ଥିଲା । କାରଣ ସେମାନେ ଲୋକଙ୍କୁ ବୋକା ଭାବିଥାନ୍ତି! ଡାହାଣି ହୋଇ ଲାଗନ୍ତି ଗୁଣିଆ ହୋଇ ଝାଡନ୍ତି । ଏ ଉଛେଦ ସରକାରଙ୍କ ନିର୍ଦ୍ଦେଶରେ ଶାସକ ଦଳର ବିଧାୟକ ସାଂସଦ, ମନ୍ତ୍ରୀଙ୍କ ପ୍ରତେକ ତତ୍ତ୍ୱାବଧାନ ଓ ସହଯୋଗରେ ଜିଲ୍ଲା ପ୍ରଶାସନ ନେତୃତ୍ୱରେ ହେଉଛି । ଲୋକଙ୍କୁ ଭୁଲ କଥା କହି ଶାସକ ଦଳର ନେତା ପ୍ରତାରିତ ନକରନ୍ତୁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ବସ୍ତି ବାସିନ୍ଦାଙ୍କ ଜୀବନ ମରଣ ସମସ୍ୟା । ସେମାନଙ୍କର ବାସ ଯାଇଛି, ଜୀବିକା ଯାଇଛି, ନାଗରିକ ଅଧିକାର ଯାଇଛି ଓ ସେମାନଙ୍କୁ ମହାମାରୀ ମୁଁହକୁ ଠେଲି ଦିଆଯାଇଛି । ଏହି ସମୟରେ ସେମାନଙ୍କ ସହିତ ରାଜନୈତିକ ଛଳନା କରାନଯାଇ ନାଗରିକ ଭାବେ ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ‘ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ’ ନେତା ଶ୍ରୀ ସେଠୀ ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ