ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀସ୍ଥିତ କ୍ୟାପିଟାଲ ଥାନା ପରିସରରେ ରୁଚିକା ସାମାଜିକ ସେବା ସଂଗଠନ ତରଫରୁ ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୋନ ଏସିପିଙ୍କ ସହିତ କ୍ୟାପିଟାଲ ଥାନାର ଇନ୍ସପେକ୍ଟର ତଥା ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା, କମିଶନରେଟ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ରୁଚିକା ସାମାଜିକ ସେବା ସଂଗଠନ ୧୯୮୫ ମସିହାରୁ ଓଡିଶାରେ ଚାଇଲ୍ଡ ଲାଇନ୍ ସେବା ସହିତ ବହୁମୁଖୀ କାର୍ଯ୍ୟକ୍ରମ ସହିତ ବଞ୍ଚିତ ପିଲାମାନଙ୍କ ଲାଗି କାର୍ଯ୍ୟ କରିଆସୁଛି । ବର୍ତ୍ତମାନ ଏହି ସଂଗଠନ କୈଳାଶ ସତ୍ୟାର୍ଥୀ ଶିଶୁ ଫାଉଣ୍ଡେସନ-ୟୁଏସ ରୁଚିକା ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ଶିଶୁ ଚାଲାଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଆକ୍ରମଣ, ଉଦ୍ଧାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ପୁନର୍ବାସ ସେବା ସମେତ ସକ୍ରିୟ କାର୍ଯ୍ୟକଳାପ ସହିତ ଶିଶୁ କାରବାରକୁ ମୁକାବିଲା କରିବା । ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ ଅବସରରେ କମିଶନରେଟ ପୁଲିସର କ୍ୟାପିଟାଲ ଥାନାରେ ରୁଚିକା ସାମାଜିକ ସେବା ସଂଗଠନ ତରଫରୁ ଏହି ଜନ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ପିଲାମାଙ୍କ ସହ ବସ୍ତିର ବାସିନ୍ଦା, ଚାଇଲ୍ଡ ଲାଇନର କର୍ମକର୍ତ୍ତା ଏବଂ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ । ବସ୍ତିକୁ ଚାଲ ଅଭିଯାନ କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏହିପରି ଜନ ସଚେତନତା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରିରହିବ ବୋଲି ସୂଚନା ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ