ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ

ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ

ରାଇରଙ୍ଗପୁର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ୱଶାନ୍ତି ମହାଯଜ୍ଞ

News by Akshya Kumar Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ସାରା ବିଶ୍ୱ ବାସ୍ତୁବାଦୀ ଦୁନିଆରେ ପାଦ ଦେଇ ଅଶାନ୍ତ ହୋଇପଡିଛି ପ୍ରକୃତି । ପରିବେଶ, ସାମାଜିକ ସବୁକିଛି ପ୍ରଦୂଷିତ ହେଉ ପଡ଼ିଛି । ମେସିନ ଓ ଟଙ୍କା ପଛରେ ଗୋଡାଇ ମଣିଷ ସମାଜ ଏକ ଅସ୍ଥିରତା ଓ ଅଶାନ୍ତ ଭିତରେ ଗତି କରୁଛି । ଏଥିପାଇଁ ବିଶ୍ୱରେ ଦୁର୍ଗତିର ବିନାଶ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ରାହ୍ମଣମାନଙ୍କର ଭୂମିକା ଅନନ୍ୟ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମୟୂରଭଞ୍ଜ ଜିଲ୍ଲାର ଓଡ଼ିଶା ବ୍ରାହ୍ମଣ ମହାସଭାର, ବାମନଘାଟୀ ଶାଖା ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୪, ୫, ୬ ଏବଂ ୭ ତାରିଖ ଦିନ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ପୂର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏ ନେଇ ସକ୍ରିୟ ସଦସ୍ୟ ତଥା ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ପ୍ରସନ୍ନ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିରେ ପୁରୀ ବୈଦିକ ପରିଷଦର ୫ ଜଣ ପଣ୍ଡିତ କର୍ମକାଣ୍ଡରେ ପୂଜନ ଓ ଯଜ୍ଞ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଠାରେ ନିଃଶୁକ୍ଳ ବ୍ରତପୋୟନ ଏବଂ ଅନ୍ନପ୍ରାସାନ୍ନ ସଂସ୍କାର କରାଯିବ କରାଯିବ । ସବୁଦିନ ବେଦପାଠ, ଚଣ୍ଡୀ ପାଠ, ଗୀତାପାଠ, ରୁଦ୍ରାଭିଷେକ, ବିଷ୍ଣୁ ସହସ୍ରନାମ, ଗୋପାଳ ସହସ୍ରନାମ, ନୃସିଂହ ସହସ୍ରନାମ, ଜଗନ୍ନାଥ ସହସ୍ରନାମ, ଭଜନ, ସଂକୀର୍ତ୍ତନ ପରିବେଷଣ ହେବ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତବୃନ୍ଦ ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗ ଦେଇ ଠାକୁରଙ୍କ ଆଶୀର୍ବାଦ ନେବାପାଇଁ ବାମନଘାଟୀ ମହାସଭାର ସଭାପତି ପ୍ରଭାସ କବି ଏବଂ ଅନ୍ୟ ସଦସ୍ୟବୃନ୍ଦ ନିବେଦନ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ