ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ

ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣେ ବଞ୍ଜାରାକୁ ଗିରଫ କଲା ପୁଲିସ

News by Kanhucharan Panda (Jagatpur)

#କଟକ(ଏନ୍‌.ଏମ୍‌.): ପେଟପାଟଣା ପାଇଁ ନିରୀହ, ଗରିବ ଭଳି ଅଭିନୟ କରି ବଞ୍ଜାରାମାନେ ପଲା ମାରି ରହିବାର କିଛି ଦିନ ପରେ ସେମାନଙ୍କ ଅସଲ ମୁଖା ଖୋଲିଯାଇଥିବା ଜଣାପଡ଼ିଛି । ଫଳରେ ବଞ୍ଜାରାମାନଙ୍କୁ ତୁରନ୍ତ ଏଠାରୁ ହଟାଇବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ଗୋଲେଇ ଛକ ନିକଟରେ ରାଜ୍ୟବାହାରୁ କିଛି ବଞ୍ଜାରା ଆସି ଏଠାରେ ପଲାମାରି ରହିଲେ । ବିଭିନ୍ନ କାମ ଧନ୍ଦା କରିବା ସହ ଭିକ୍ଷାବୃତ୍ତି କରି ପେଟପୋଷିବା ଦେଖି ଅଞ୍ଚଳବାସୀ ସେମାନଙ୍କୁ ହଟାଇବା ପାଇଁ ଚାହିଁନଥିଲେ । ହେଲେ କିଏ ଜାଣିଥିଲା ଏମାନେ ଏତେ ନିଚକାମ କରିବେ । ଦିନରେ ବିଭିନ୍ନ ପ୍ରକାର ଧନ୍ଦା କରୁଥିବାବେଳେ ରାତିରେ ଚୋରି କରିବା ଘଟଣା ଅଞ୍ଚଳବାସୀଙ୍କୁ ବିବ୍ରତ କରି ପକାଇଛି । ସ୍ଥାନୀୟ ନିମପୁର ଖେଳ ପଡିଆ ନିକଟରେ ମୋବାଇଲ ଚୋରି କରିଥିବା ଅଭିଯୋଗରେ ଜଗତପୁର ଥାନା ପୁଲିସ ଆଜି ଜଣେ ଚୋରକୁ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡ଼ିଛି ।
ଗିରଫ ଅଭିଯୁକ୍ତ ଜଣକ ଜଗତପୁର ଗୋଲେଇ ଛକସ୍ଥିତ ବଞ୍ଜାରା ବସ୍ତିରେ ରହୁଥିବା ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଜାମୁରିଆ ଥାନା ଅନ୍ତର୍ଗତ ଖାସକ୍ନେଣ୍ଡା ଗ୍ରାମର ତିଲକ ସିଂହ(୩୪) ବୋଲି ଜଣାପଡ଼ିଛି । ସେ ଦୀର୍ଘ ଦିନ ଧରି ବଞ୍ଜାରା ବସ୍ତିରେ ରହୁଥବାବେଳେ ଚୋରି ଭଳି ଅପରାଧ ଘଟଣାଉଥିବା ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି । ସୂଚନା ଅନୁଯାଇ ଜଗତପୁର ଥାନା ଅନ୍ତର୍ଗତ ତରୋଳ ଗ୍ରାମର ଦିଲ୍ଲିପ କୁମାର ବିଶ୍ୱାଳ(୪୯)ଙ୍କର ମୋବାଇଲ ଫୋନ ନିମପୁର ଖେଳ ପଡିଆ ଠାରେ ଜଣେ ଅଜଣା ବ୍ୟକ୍ତି ଝାମ୍ପି ନେଇ ଯିବାର ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇ ଥାନାରେ କେସ ନମ୍ବର ୫୦ତା ୨/୨/୨୩ ଦଫା ୩୯୨ ଆଇପିସି ରୁଜ୍ଜୁ କରିବା ସହ ତଦନ୍ତ କରି ଅଭିଯୁକ୍ତ ତିଲକ ସିଂହକୁ ଗିରଫ କରିଥିଲା । ଏହି ସମୟରେ ତା’ ନିକଟରୁ ଦୁଇଟି ମୋବାଇଲ ଫୋନ ମଧ୍ୟ ପୁଲିସ ଉଦ୍ଧାର କରିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ କରିବା ପାଇଁ ପୁଲିସ ତାକୁ ୧୫ଦିନ ରିମାଇଣ୍ଡରେ ଆଣିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିବା ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର ସୁଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ