ମୋବାଇଲ ନେଟ୍‌ୱାର୍କ କମ୍ପାନୀ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବୈଠକ

ମୋବାଇଲ ନେଟ୍‌ୱାର୍କ କମ୍ପାନୀ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବୈଠକ

ମୋବାଇଲ ନେଟ୍‌ୱାର୍କ କମ୍ପାନୀ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବୈଠକ

News By B. Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱାର୍କର ଆବଶ୍ୟକତା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏସବୁର ପୂର୍ଣ୍ଣ ଉପଯୋଗ ଆଦି ପ୍ରସଙ୍ଗରେ ଏକ ଜରୁରୀ ବୈଠକ ଇଲେକେଫ୍ରାନିକ୍ସ ଏବଂ ସୂଚନାପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ରାଜ୍ୟର ସବୁସ୍ଥାନରେ ବିଶେଷ କରି ଦୁର୍ଗମ ଅଞ୍ଚଳରେ କିଭଳି ଅବିରତ ମୋବାଇଲ ନେଟୱାର୍କ ସେବା ମିଳିପାରିବ ଏବଂ ଜନସାଧାରଣ ତୁରନ୍ତ ମୋବାଇଲ ନେଟୱାର୍କ ସେବାକୁ ହାତପାହାନ୍ତାରେ ପାଇ ପାରିବେ ସେଥି ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରା ବୈଠକରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ରଣପୁର ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଦୁର୍ବଳ ନେଟୱାର୍କର ସୁଦୃଢୀକରଣ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶିମିଳିଝର ଜଳପ୍ରପାତ ପର୍ଯ୍ୟଟନ ଅଞ୍ଚଳରେ ପ୍ରାୟ ୧୦ ହଜାର ଆଦିବାସୀ ବସବାସ କରୁଥିବାବେଳେ ଏହି ଅଞ୍ଚଳକୁ ତୁରନ୍ତ ମୋବାଇଲ ସେବା ଯୋଗାଇଦେବା ଉପରେ ମନ୍ତ୍ରୀ ଟେଲିକମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ୟୁନିକେସନ କ୍ଷେତ୍ରରେ ଓଡ଼ିଶା କିଭଳି ସଫଳତାର ଶୀର୍ଷକୁ ପହଞ୍ଜିପାରିବ ସେଥିନେଇ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଓଡ଼ିଶା ମୋବାଇଲ୍ ଟାୱାର, ଅପ୍‌ଟିକାଲ ଫାଇବର କେବୁଲ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ର ସଂଶୋଧନ ଅଣାଯିବା ପରେ ବିଭିନ୍ନ ଭୂତଳ, ଉର୍ଦ୍ଧ୍ୱ ଟେଲିଫୋନ୍ ଭିତ୍ତିଭୂମି ନିର୍ମାଣ ସମୟାନୁଭିତ୍ତିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହି ବୈଠକରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବିଏସଏନଏଲ, ରିଲାଏନ୍ସ ଜିଓ, ଏଆରଟେଲ ଏବଂ ଭୋଡାଫୋନ ଆଦି ଟେଲିକମ ନେଟୱାର୍କ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ