ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର
ଟାଙ୍ଗୀ(ଏନ୍.ଏମ୍.): କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଥିବାବେଳେ କରୋନାଜନିତ କଟକଣା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ହାଟ୍ରିକ ଅର୍ଜନ କରିଥିବା ନରେନ୍ଦ୍ର କୁମାର ରାଉତରାୟ ୪ର୍ଥ ଥର ନିମନ୍ତେ ନିଜ ପଦ ବଜାୟ ରଖିନ୍ତି । ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ କରୁଣାକର ମହାପାତ୍ର ଉପ ସଭାପତି, ସୌଭାଗ୍ୟ ରାଉତରାୟ ସମ୍ପାଦକ, କିଶୋର କୁମାର ରାଉତରାୟ ସହ ସମ୍ପାଦକ ଓ ସ୍ମୃତିରଞ୍ଜନ ସାମନ୍ତରାୟ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବାର ଶପଥ ନେଇଥିଲେ । ସେହିପରି ପରିଚାଳନା କମିଟି କର୍ମକର୍ତ୍ତା ଭାବେ ଅମରେନ୍ଦ୍ର ରାଉତରାୟ, ସୁଧାକର ପାଣିଗ୍ରାହୀ, ଅବଦୁର ଅଜିଜ୍ ଖାଁ, ଗଗନ ବିହାରୀ ନାୟକ, ସନ୍ତୋଷ କୁମାର ରାଉତ, କିଶୋର କୁମାର ରାଉତରାୟ, ପବିତ୍ର ମୋହନ ଦାସ ଓ ଆଇନ ପରାମର୍ଶଦାତା କୈଳାସ ଚନ୍ଦ୍ର ସାହାଣୀଙ୍କ ନାମ ଘୋଷିତ ହୋଇଥିଲା । ମଙ୍ଗୁଳି ଛକସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।