ଭୁବନେଶ୍ୱରରେ ଅତ୍ୟାଧୁନିକ ବିୟୁଟି ସେଲୁନ ଲାଉଞ୍ଜ ୩୬୦ ଉଦ୍‌ଘାଟନ

ଭୁବନେଶ୍ୱରରେ ଅତ୍ୟାଧୁନିକ ବିୟୁଟି ସେଲୁନ ଲାଉଞ୍ଜ ୩୬୦ ଉଦ୍‌ଘାଟନ

ଭୁବନେଶ୍ୱରରେ ଅତ୍ୟାଧୁନିକ ବିୟୁଟି ସେଲୁନ ଲାଉଞ୍ଜ ୩୬୦ ଉଦ୍‌ଘାଟନ

News by B.Mishra (BBSR)

ଭୁବନେଶ୍ୱର (ଏନ୍‌.ଏମ୍‌.): ବାପୁଜୀନଗର ଅଞ୍ଚଳରେ ଏକ ଅତ୍ୟାଧୁନିକ ବିୟୁଟି ସେଲୁନ୍‌, ଲାଉଞ୍ଜ ୩୬୦ର ଆଜି ଶୁଭ ଉଦଘାଟନ ହୋଇଯାଇଛି । ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ କେଶ ବିନ୍ୟାଶ ଏବଂ ସୌନ୍ଦର୍ଯ୍ୟ ଉପବଲବ୍ଧ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ବିଏମସି କମିଶନର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ ।
ଏହି ବିୟୁଟି ସେଲୁନ୍‌ର ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ୍ ଭାବେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ରହିଛି । ଗ୍ରାହକମାନେ ବିଭିନ୍ନ ଷ୍ଟାଇଲ୍‌ର ହେୟାରକଟ, ସେଭିଙ୍ଗ, ଦାଢ଼ି ଟ୍ରିମିଂ, ପେଡିକିଓର , ମାନିକିଓର, ହେୟାର କଲରିଂ, ସାମ୍ପୋ ଆଣ୍ଡ କଣ୍ଡିସନିଂ, ଫାସିଆଲ, ବ୍ରାଇଡାଲ୍ ମେକଅପ, କେରାଟିନ୍ , ଷ୍ଟ୍ରେଟେନିଙ୍ଗ, ସ୍ମୁଥନିଂ , ରିବଣ୍ଡିଂ ପ୍ରଭୃତି ସୁବିଧା ନେଇପାରିବେ । ଏଥିସହ ଗ୍ରୀଷ୍ମ ପ୍ରକୋପରୁ ତ୍ୱଚାକୁ ରକ୍ଷା କରିବା ପାଇଁ ଅର୍ଗାନିକ ଫାସିଆଲ, ମନିକିଓର ଏବଂ ପେଡିକିଓର ଭଳି ସ୍ୱତନ୍ତ୍ର ଉପଚାର ରଖାଯାଇଛି । ସେଲନଟି ବାପୁଜୀଗରସ୍ଥିତ ପାତ୍ର ଇଲୋକ୍ଟ୍ରନିକ ପାଖ ଆରବିଏଲ୍ ବ୍ୟାଙ୍କ ବିଲଡିଂର ଦ୍ୱିତ୍‌ୀୟ ମହଲାରେ ରହିଛି । ଏହାର ଇଣ୍ଟେରିୟର ଖୁବ୍ ଆକର୍ଷଣୀୟ ହୋଇଛି । ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଲାଉଞ୍ଜ ୩୬୦ ବିୟୁଟି ସେଲୁନର ପ୍ରତିଷ୍ଠାତା ପ୍ରିୟଙ୍କା ମିଶ୍ର କହିଛନ୍ତି । ବର୍ତ୍ତମାନ ଷ୍ଟାଇଲ୍ ଏବଂ ଫେସନ ଟ୍ରେଣ୍ଟରେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ବିୟୁଟି ଏବଂ ହେୟାର ଟ୍ରିଟମେଣ୍ଟ ଯୋଗାଇ ଦେବାକୁ ବଦ୍ଧ ପରିକର ବୋଲି ସେ କହିଛନ୍ତି । ଏଥି ସହିତ ଖୁବ ଶିଘ୍ର ଲାଉଞ୍ଜ ୩୬୦ ଏହାର ନିଜସ୍ୱ ଉତ୍ପାଦଗୁଡ଼ିକୁ ଖୁବ ଶିଘ୍ର ଲଞ୍ଚ କରିବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି