ଭିନ୍ନ ଏକ ପର୍ଶୁରାମ: ପନିକିରେ ମା’କୁ ହାଣି ହତ୍ୟା କଲା ପୁଅ

ଭିନ୍ନ ଏକ ପର୍ଶୁରାମ: ପନିକିରେ ମା’କୁ ହାଣି ହତ୍ୟା କଲା ପୁଅ

ଭିନ୍ନ ଏକ ପର୍ଶୁରାମ: ପନିକିରେ ମା’କୁ ହାଣି ହତ୍ୟା କଲା ପୁଅ

News by Biswajit Dalai (Salepur)

ସାଲେପୁର(ଏନ୍‍.ଏମ୍‍.): ପୁରାଣ ଯୁଗର ପର୍ଶୁରାମ ଯିଏକି ବାପାଙ୍କ କଥାରେ ମାତୃହତ୍ୟା କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମା’ଙ୍କୁ ପୁନର୍ଜୀବିତ କରିବା ପାଇଁ ବାପାଙ୍କ ନିକଟରୁ ବର ପାଇ ମା’ଙ୍କୁ ବଞ୍ଚାଇଦେଇଥିଲା । ମାତ୍ର କଳିଯୁଗ ପର୍ଶୁରାମ ପିତାଙ୍କ ନିକଟରେ ସତ୍ୟରକ୍ଷା ପାଇଁ ନୁହେଁ ବରଂ ନିଜସ୍ୱ ସ୍ୱାର୍ଥ ପାଇଁ ପାରିବାରିକ କଳହ ପାଇଁ ଜନ୍ମଦାତ୍ରୀ ମା’କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ଦଶମାସ ଗର୍ଭରେ ଧରି ବହୁ କଷ୍ଟ କରି ଜନ୍ମ କରି ବଢ଼େଇ କୁଢ଼େଇ ମଣିଷ କରିଥିଲା ହେଲେ ମା’ କ’ଣ ଜାଣିଥିଲା ଯେ ଜନ୍ମ କରିଥିବା ପୁଅ ହିଁ ଶେଷରେ ଜୀବନ ନେବ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଶୁକରପଡ଼ା ପଞ୍ଚାୟତ ୧୦ନମ୍ବର ୱାର୍ଡ଼ରେ । ସୂଚନା ଅନୁଯାୟୀ, ଶୁକରପଡ଼ା ପଞ୍ଚାୟତର ଗୌରାଙ୍ଗ ଚରଣ ସ୍ୱାଇଁଙ୍କ ପୁଅ ଜିତେନ୍ଦ୍ର ସ୍ୱାଇଁ (୨୧) କୌଣସି କାମଧନ୍ଦା ନକରି ଘରେ ବସିରୁହେ । ତେବେ ଗୌରାଙ୍ଗ ଏକୁଟିଆ ରୋଜଗାର କରି ପରିବାର ଚଳାଇବା କଷ୍ଟକର ହେଉଥିବାରୁ ଘରେ ଝଗଡା ହୋଇଥାଏ । ସେହିଭଳି ଆଜି ଗୌରାଙ୍ଗ ବଜାରକୁ ଯିବା ପରେ ମା’ ପୁଅଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ଲାଗିଥିଲା । ଏହି ସମୟରେ ଜିତେନ୍ଦ୍ର ଉତ୍‍କ୍ଷିପ୍ତ ହୋଇ ମା’ ପ୍ରମିଳା ସ୍ୱାଇଁ ୫୫ଙ୍କୁ ପନିକିରେ ଚୋଟ ପରେଚୋଟ ବଜାଇଥିଲା । ତେବେ ପୁଅର ପନିକି ଚୋଟରେ ପ୍ରମିଳାଙ୍କ ବେକ କଟିଯିବା ସହ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କିଛି ସମୟ ଛଟପଟ ହୋଇ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି । ତେବେ ପୁଅ ମା’କୁ ହାଣିଦେବା ପରେ ସାଇକେଲ ଧରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ କଟକ ବଡଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ପୁଅ ମା’କୁ ହତ୍ୟାକରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ