ଭିଡିଓ କନଫରେନ୍ସିରେ କଟକ ଜିଲ୍ଲାର ୩ଟି ସ୍ଥାନରେ ଆମ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସିରେ କଟକ ଜିଲ୍ଲାର ୩ଟି ସ୍ଥାନରେ ଆମ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସିରେ କଟକ ଜିଲ୍ଲାର ୩ଟି ସ୍ଥାନରେ ଆମ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

News by Smruti Ranjan Tripathy (Cuttack)

#କଟକ (ଏନ୍‍.ଏମ୍‍.): ଦ୍ୱିତୀୟ ପର୍ଯ୍ୟାୟରେ ଆମ ବସଷ୍ଟାଣ୍ଡ ଯୋଜନାରେ ରାଜ୍ୟରେ ନିର୍ମିତ ହେବାକୁ ଥିବା ୨୬ଟି ଜିଲ୍ଲାର ୧୨୪ ଗୋଟି ବ୍ଲକସ୍ତରୀୟ ବସଷ୍ଟାଣ୍ଡ ମଧ୍ୟରୁ କଟକ ଜିଲ୍ଲାର ନରସିଂହପୁର, ବଡମ୍ବା ଓ ସାଲେପୁର ଠାରେ ପ୍ରସ୍ତାବିତ ୩ଗୋଟି ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜିଲ୍ଲାପାଳଙ୍କ ଓଶ୍ୱାନ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନା ଯୋଗ୍ୟ ଯେ, ଏଥିପୂର୍ବରୁ ୧୩ଟି ଜିଲ୍ଲାରେ ରାଜ୍ୟ ସଡକ ପରିବହନ ନିଗମର ଆମ ବସଷ୍ଟାଣ୍ଡ ଯୋଜନା ଅନ୍ତର୍ଗତ ୫୫ଟି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଦ୍ୟାବଧି ୨୧ଟି ସମ୍ପୂର୍ଣ୍ଣ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସମସ୍ତ ବସଷ୍ଟାଣ୍ଡ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ । ଏଥିରେ ଯାତ୍ରୀ, ଚାଳକ ତଥା ସମସ୍ତ ସହକାରୀ କର୍ମଚାରୀମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିସହିତ ମୁଖ୍ୟମନ୍ତ୍ରୀ ମୋ ପରିବହନ ଆପ୍‌ର ପ୍ରଚଳନ ଏବଂ ଗଞ୍ଜାମ ଠାରେ ସୁବାହାକ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରିଥିଲେ । ସେ କହିଲେ ଯେ, ଏହା ଦ୍ୱାରା ବିଭିନ୍ନ ପରିବହନ ସେବା ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ଯିବା ଆବଶ୍ୟକତା ରହିବ ନାହିଁ । ଯାନଚାଳକମାନଙ୍କୁ ଗାଡି ଚଳେଇବା କ୍ଷେତ୍ରରେ ଅଧିକ ଦକ୍ଷ କରାଇବା ନିମନ୍ତେ ସୁବାହାକ ଯୋଜନା ପ୍ରଚଳନ କରାଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୫୦ ହଜାର ଗାଡି ଚାଳକଙ୍କୁ ସୁରକ୍ଷା, ନିରାପତ୍ତା ଓ ଆରାମଦାୟକ ଢଙ୍ଗରେ ଗାଡି ଚଳାଇବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସଡକ ଓ ସଡକ ବ୍ୟବହାରକାରୀ ତଥା ଯାତ୍ରୀମାନଙ୍କ ସୁରକ୍ଷା ଉପରେ ପରିବହନ ବିଭାଗ ସର୍ବାଧିକ ଗୁରୁତ୍ୱଆରୋପ କରିବାକୁ ସେ ପରାମର୍ଶ ଦେଇଥିଲେ । ଏକ ଗତିଶୀଳ, ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ପରିବହନ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ସଞ୍ଜୟ କୁମାର ବେହେରା ଏବଂ ମୋଟରଯାନ ପରିଦର୍ଶକ ବିଶ୍ୱଜିତ ଦାଶ ପ୍ରମୁଖ ଆଭାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ