ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ନୟାଗଡ଼(ଏନ୍‌.ଏମ୍‌.): ସରକାରୀ ଅଧିକାରୀମାନେ ବିଭିନ୍ନ ଉପାୟରେ ବେଆଇନ ଅର୍ଥ ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି । ନିଜର ସଚ୍ଚୋଟତା, କର୍ତ୍ତବ୍ୟପରାୟଣା, କାର୍ଯ୍ୟକ୍ଷେତ୍ରରେ ଉତ୍ତର ଦାୟିତ୍ୱ, ସ୍ୱଚ୍ଛତା ଆଦିକୁ ବଳି ଚଢ଼ାଇ କିଭଳି ରାତାରାତି କୋଟି ପତି ହୋଇଯିବେ ସେହି ଚିନ୍ତାରେ ଏବେ ସରକାରୀ ଅଧିକାରୀ ରହିଥିବା ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉରୁ ଜଣାପଡ଼ୁଛି । ସେହିଭଳି ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ମୋଟର ଯାନ ନିରକ୍ଷକ (ଏମଭିଆଇ) ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ପଞ୍ଚାନନଙ୍କ ପୈତୃକ ଘର ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି । ପଞ୍ଚାନନଙ୍କ ନୟାଗଡ଼ ସ୍ଥିତ କାର୍ଯ୍ୟାଳୟ, ଭଡ଼ା ଘର ସମେତ ଭୁବନେଶ୍ୱର ଶୈଳଶ୍ରୀବିହାର ସ୍ଥିତ କୋଠା, ପାଣ୍ଡରା ସ୍ଥିତ ଘର, କଟକ ସାଲେପୁରର ପୈତୃକ ଘରେ ଚଢ଼ାଉ କରାଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଓ ଭୁବନେଶ୍ୱର ପାଣ୍ଡରାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ୬ଜଣ ଭିଜିଲାନ୍ସ ଡିଏସପି, ୩ଜଣ ଇନସପେକ୍ଟର, ୮ଜଣ ଏଏସଆଇ ଓ ଅନ୍ୟାନ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ପଞ୍ଚାନନ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ସକାଳେ ପଞ୍ଚାନନଙ୍କ ଘରେ ଚଢ଼ାଉ ଆରମ୍ଭ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ