ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଓ ମେଡ଼ିକାଲରେ ଔଷଧ ନମିଳିବାରୁ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଏ ନେଇ ସଂଗୀନ ଅଭିଯୋଗ କରିବା ପରେ ମେଡ଼ିକାଲରେ ଉତ୍ତେଜନା ସୃଷ୍ଠି ହୋଇଥିଲା । ଘଟଣାରୁ ପ୍ରକାଶ, ଯେ, ଆଜି ଦିନ ଭଦ୍ରକ ଚରମ୍ପା କେନାଲ ରୋଡ଼ ଅଞ୍ଚଳର ବିଜୟ ଲକ୍ଷ୍ମୀ ମହାନ୍ତି(୭୪) ହଠାତ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କର ଶ୍ୱାସ ଜନିତ ସମସ୍ୟା ଦେଖା ଦେଇଥିଲା । ତାଙ୍କୁ ପରିବାର ଲୋକେ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ଶ୍ୱାସ ଜନିତ ରୋଗ କାରଣରୁ ତାଙ୍କୁ ଭର୍ତ୍ତି ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ଓ ଏକ ଔଷଧ ପାଇଁ କହିଥିଲେ । ମାତ୍ର ଏହି ଔଷଧ ନିରାମୟ ଔଷଧ କେନ୍ଦ୍ରରେ ମିଳିନଥିଲା । ସେଥିପାଇଁ ରୋଗୀଙ୍କ ପରିବାର ଲୋକଙ୍କୁ ବାହାରୁ କିଣିବା ପାଇଁ ପଡ଼ିଲା । ଏହି ଔଷଧ ବେଡ ପାଖକୁ ଗଲେ ଦିଆଯିବ ବୋଲି ଡାକ୍ତର କହିବା ପରେ ରୋଗୀଙ୍କ ସମ୍ପର୍କୀୟମାନେ ଉପର ମହଲାକୁ ରୋଗୀଙ୍କୁ ଚଲାଇ ଚଲାଇ ନେଇଥିଲେ । କିଛି ସମୟ ଯିବା ପରେ ରୋଗୀ ଜଣକ ଛଟପଟ ହୋଇ ସେହି ଠାରେ ପ୍ରାଣ ହରାଇଥିଲେ । ଯାହାକୁ ନେଇ ପରିବାର ଲୋକ ଉତ୍ୟକ୍ତ ହେବା ସହିତ ମେଡ଼ିକାଲ ନିକଟରେ ହୋ ହାଲ୍ଲା କରିଥିଲେ । ପରେ ମୃତକଙ୍କ ପରିବାର ପକ୍ଷରୁ ଏଡିଏମଓଙ୍କ ନିକଟରେ ଲିଖିତ ଅଭିଯୋଗ କରି ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ