ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ?

ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ?

ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ?

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ରାଜ୍ୟ ବ୍ୟାପୀ ଗ୍ରୀଷ୍ମପ୍ରଭାହ କ୍ରମଶଃ ଅସହ୍ୟ ହେଉଥିବାବେଳେ ଏଥିରୁ କେହି ନିସ୍ତାର ପାଉନାହାଁନ୍ତି । ମଧ୍ୟାହ୍ନ ସମୟରେ ଟାଣ ଖରାରେ ଘରୁ ବାହାରିବା ପାଇଁ ଅନେକ ଲୋକ ମୁଣ୍ଡରେ ଗାମୁଛା ପକାଇ ଯାଆସ କରୁଥିବା ଦେଖିବାକୁ ମିଳୁଛି । ଏଭଳି ସମୟରେ ପ୍ରଶାସନ ପକ୍ଷରୁ କେବଳ ଅଂଶୁଘାତ ମୁକାବିଲା ପାଇଁ ବୈଠକ କରାଯାଇଥିଲେ ବି ଜଗତପୁର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଗୋଟିଏ ହେଲେ ଜଳଛତ୍ର କେନ୍ଦ୍ର ଖୋଲାଯାଇନାହିଁ । ଏପ୍ରିଲ ମାସ ପ୍ରଥମ ସପ୍ତାହ ପରେ ମଧ୍ୟ ଜଗତପୁର ଗୋଲେଇଛକ, ଗୟାନା ଛକ, ମହାନଦୀ ବ୍ୟାରେଜ ଛକ,ଖଇରାପୋଲ ଓ ଆଇବି ରୋଡ ଭଳି ପ୍ରମୁଖ ଛକ ବଜାରମାନଙ୍କରେ ଜଳଛତ୍ର କେନ୍ଦ୍ର ଖୋଲାଯାଉନଥିବାରୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ବିଶେଷକରି ଜଗତପୁର ନୂତନ ଓ ପୁରୁଣା ଶିଳ୍ପାଞ୍ଚଳକୁ ଦୈନିକ ଦୂରଦୂରାନ୍ତରୁ ଆସୁଥିବା ଶ୍ରମିକମାନେ ଖରା ଦାଉରୁ ଜଳକଷ୍ଟ ସମସ୍ୟା ଭୋଗୁଛନ୍ତି । ମାତ୍ର ଗ୍ରୀଷ୍ମ ପ୍ରବାହ କାରଣରୁ ତରଭୂଜ, ସର୍ବତ ଓ ଦହି ପାଣି ଭଳି ଥଣ୍ଡା ପାନୀୟର ଚାହିଦା ଅହେତୁକ ବୃଦ୍ଧି ପାଇଛି । ପ୍ରତି ବର୍ଷଭଳି ଜଗତପୁର ଗ୍ରାମ ଛକ ନିକଟସ୍ଥ ବିରୂପା ନଦୀ ରାସ୍ତାରେ ତରଭୁଜ ବେପାର ଭଲ ଜମୁଛି । ଟାଣ ଖରାରେ ଯାଆସ କରୁଥିବା ପଥଚାରୀମାନେ ତଜଭୁଜ ବିକ୍ରି ହେଉଥିବା ଦୋକାନ ମାନଙ୍କରେ ଅଟକି ଅସହ୍ୟ ତାତିରେ ତୃଷ୍ଣା ମେଣ୍ଟାଇବା ନିମନ୍ତେ ତରଭୁଜକୁ ବେଶ ପସନ୍ଦ କରୁଛନ୍ତି । ଚଳିତ ବର୍ଷ ଏହାକୁ କିଲୋପ୍ରତି ୨୫ଟଙ୍କା ଦରରେ ବିକ୍ରି କରାଯାଉଛି । ଚୌଦ୍ୱାର, ଟାଙ୍ଗୀ, ସାଲେପୁର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପ୍ରଭୃତି ଅଞ୍ଚଳରୁ କଟକ ବଡ ଡାକ୍ତରଖାନାକୁ ଆସୁଥିବା ଲୋକେ ଜଗତପୁରର ବିଭନ୍ନ ରାସ୍ତା ଦେଇ ଯାଇଥାନ୍ତି । ହେଲେ ରାସ୍ତା ପାଶ୍ୱର୍ରେ ଆଜି ଯାଏଁ ଗୋଟିଏ ବି ଜଳଛତ୍ର କେନ୍ଦ୍ର ଖୋଲା ଯାଇନାହିଁ । ତୁରନ୍ତ ଏଥିପ୍ରତି ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ