ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ

ବିବାହ ବନ୍ଧନରେ ଛନ୍ଦିହେଲେ ଜାକଲିନ୍-ଅରବିନ୍ଦ

କଟକ,(ଏନ୍‌.ଏମ୍‌.) ଧାରାବାହିକର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ଜାକଲିନ୍ ପରିଡ଼ା ଏବଂ ଅଭିନେତା ଅରବିନ୍ଦ ମହାରଣାଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ଖାନ୍ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ଶୁଭ ପରିଣୟ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ଉଭୟ ପରିବାର ଲୋକ ଉପସ୍ଥିତ ଥିଲେ । କୋଭିଡ୍ ନିୟମ ଅନୁଯାୟୀ ଏହି ବିବାହ ହୋଇଥିଲା । ଉଭୟ ଜାକଲିନ୍ ଏବଂ ଅରବିନ୍ଦ ଉଭୟ ଉଭୟଙ୍କୁ ପୂର୍ବରୁ ଭଲ ପାଉଥିଲେ । ପରେ ଏହା ବିବାହର ରୂପ ନେଇଥିଲା । ଏ ନେଇ ନବ ଦମ୍ପତି ନିଜନିଜର ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ବହୁ ଆଲବମ୍ ଏବଂ ଧାରବାହିକରେ ଏକାଠି ଅଭିନୟ କରିଛନ୍ତି । ଧାରାବାହିକ ‘ଜେଜେମା’ର ଦୁଇ ଜଣ ଯାକ ଅଭିନୟ କରିଥିବାବେଳେ ପ୍ରସାରିତ ହେଉଥିବା ‘ସୁଭଦ୍ରା’ ଧାରାବହିକରେ ଅରବିନ୍ଦ ଏବଂ ‘ହେ ପ୍ରଭୁ’ରେ ଜାକଲିନ୍ ଅଭିନୟ ଜାରି ରଖିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ