ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ : ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ, ବଡ ପୋଖରୀ ପୁନରୁଦ୍ଧାରକୁ ଫୁ…

ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ : ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ, ବଡ ପୋଖରୀ ପୁନରୁଦ୍ଧାରକୁ ଫୁ…

ଫଳକ ମରା ରାଜନୀତିକୁ ନେଇ ତେଜୁଛି ବିବାଦ
ଗୋଟିଏ ପ୍ରକଳ୍ପ ପାଇଁ ଏକାଧିକ ଥର ଶିଳାନ୍ୟାସ: ବଡ ପୋଖରୀ ପୁନରୁଦ୍ଧାରକୁ ଫୁ…

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡର ବହୁ ପୁରାତନ ନିମପୁର ବଡ ପୋଖରୀ ଦୁଇ ଦୁଇ ଥର ଶିଳାନ୍ୟାସ ହୋଇସାରିଛି । କିନ୍ତୁ କାମର ଦେଖା ନାହିଁ । ଗତ ୨୦୧୯ ମସିହାରେ ବିଧାୟକ ସୌଭିକ ବିଶ୍ୱାଳ ଏହି ବଡ ପୋଖରୀର ପୁନଉଦ୍ଧାର ପାଇଁ ଶିଳାନ୍ୟାସ କରିôତଲେ । ସେତେବେଳେ ଖାଲି କଛି ଦଳ ସଫା କରାଯାଇ କାମ ବନ୍ଦ ହୋଇଯାଇ ଥିଲା । ହେଲେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୨୧ ମସିହା ଡିସେମ୍ବର ମାସରେ ପୁଣି ଆଉ ଥରେ ଏହି ପୋଖରୀ ପୁନଉଦ୍ଧାର ପାଇଁ ଶୁଭ ଦିଆଯାଇଥିଲା । ମାତ୍ର ଯଥା ପୂର୍ବଂ ତଥା ପରଂ ଭଳି ପୋଖରୀର ପୁନରୁଦ୍ଧାର କେବଳ କାଗଜକଲମରେ ସୀମିତ ରହିଛି ବୋଲି ଅଭିଯୋଗ ହୋଇଛି । ପାଣି ଶୁଖାଯିବା ପାଇଁ ୨ଗୋଟି ପମ୍ପ ଲଗାଯାଇ ପ୍ରାୟ ୪ ଦିନ ପ୍ରର୍ଯ୍ୟନ୍ତ ପୋଖରୀରୁ ପାଣି ଉଠାଇ ଦୁଷିତ ପାଣିକୁ କେନ୍ଦ୍ରାପଡା କେନାଲ ମଧ୍ୟକୁ ଛଡାଗଲା । ତା ପରେ ଏହି ପମ୍ପ ଦୁଇଟି ଅଚଳ ଅବସ୍ଥାରେ ପଡିରହିଛି । କିଛି ଦିନ ପୂର୍ବରୁ ଏକ ହିଟାଜି ମେସିନ ଦ୍ୱାରା ପୋଖରୀର କିଛି ଅଂଶ ତଡାଯାଇ କାମ ବନ୍ଦ ରଖାଯାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନର ଏଭଳି ଅବହେଳା ଦେଖି କିଛି ବ୍ୟକ୍ତି ନିମପୁର ବଡ ପୋଖରୀ ଜମିରେ ପାଚେରୀ ନିର୍ମାଣ କରି ପୋଖରୀ ଜାଗାକୁ ଅକ୍ତିଆର କରିବାକୁ ବସିଲେଣି । ତେଣୁ ତୁରନ୍ତ ଏହି ପୁରାତନ ପୋଖରୀର ଜାଗା ମାପଚୁପ କରାଯାଇ ତୁରନ୍ତ ଏହି ପୋଖରୀ ପୁନରଉଦ୍ଧାର କାମ ଆରମ୍ଭ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ତେବେ ଗତ ପୌରନିର୍ବାଚନର କିଛି ଦିନ ପୂର୍ବରୁ ପୂନର୍ବାର ଉକ୍ତ ପୋଖରୀର ପୁନରଉଦ୍ଧାର ଓ ସୌର୍ନ୍ଦର୍ଯ୍ୟ କରଣ ପାଇଁ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇ ପାଖା ପାଖି ୪ ରୁ ୫ ଦିନ କାମ କରାଯାଇଥିଲା । ଲୋକେ ଭାବିଥିଲେ ବୋଧ ହୁଏ ବର୍ଷାଦିନ ପୂର୍ବରୁ କାର୍ଯ୍ୟଟି ସରିଯିବ କିନ୍ତୁ ପୋଖରି କଡେ କଡେ କିଛି ସ୍ଥାନରେ ଜେସିବି ଲଗାଇ ବାଲି ତାଡି ଦେଇ ସଂପୃକ୍ତ ଠିକାଦାର ଚୁପ ବସିଯାଇଛି । ତେବେ ଗୋଟିଏ କାମକୁ ବାରମ୍ବାର ଫଳକ ମରାଯାଇ ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଛି । ଅନ୍ୟପକ୍ଷରେ ବଡପୋଖରୀର ହୁଡାକୁ ମଡେଇ କିଛି ବ୍ୟକ୍ତି ପାଚେରୀ ନିର୍ମାଣ କରି ଏହାକୁ ଜବରଦଖଲ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେଣୁ ଏହି ପୋଖରୀର ପ୍ରକୃତରେ କେତେ ଜାଗା ଥିଲା? କେତେ ଜାଗାରେ କେନାଲ ଯାଇଛି ଓ ବର୍ତ୍ତମାନ କେତେ ଜାଗା ରହିଛି? ସେଥିମଧ୍ୟରୁ କେତେ ଜାଗା ଜବରଦଖଲ କାରୀଙ୍କ କବଜାରେ ଅଛି ତାହା ମାପଚୁପ କରାଇ ବଡ ପୋଖରୀର ସମ୍ପୃର୍ଣ୍ଣ ଯାଗାଟିକୁ ଚିହ୍ନଟ କରାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ସୂଚନା ଯୋଗ୍ୟ ଯେ, ତତ୍‌କାଳନୀ କର୍ପୋରେଟରଙ୍କ ଉଦ୍ୟମ କ୍ରମେ ୨୦୧୯ ମସିହାରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ସେତେବେଳେ ଖାଲି ଦଳ ସଫା କରାଯାଇଥିବାବେଳେ ଦ୍ୱିତୀୟଥର ଶିଳାନ୍ୟାସ ପରେ କେବଳ ପାଣି ଶୁଖାଯାଇଛି । ତେଣୁ ଏହାର ତୁରନ୍ତ କାର୍ଯ୍ୟ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ୪୮ନମ୍ବର ୱାର୍ଡ କଂଗ୍ରେସ ସଭାପତି ରଶ୍ମିକାନ୍ତ ସାମଲ ଦାବି କରିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ