ପାଟକୁରା ନୂଆପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୩ ଗୁରୁତ୍ୱର

ପାଟକୁରା ନୂଆପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୩ ଗୁରୁତ୍ୱର

ପାଟକୁରା ନୂଆପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୩ ଗୁରୁତ୍ୱର


#କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): ପାଟକୁରା ଥାନା ଅଧୀନ ନୂଆପଡା ବଜାରରେ ଆଜି ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ ଗୋଟିଏ ଗୋଷ୍ଠୀର ୩ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ପୁଲିସ ଏ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇ ନଥିବାବେଳେ ଆହତମାନଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳି ନାହିଁ । ଅନ୍ୟପକ୍ଷରେ ପତିଆରା ବିସ୍ତାର କରିବାକୁ ନେଇ ଦୁଇ ଗ୍ୟାଙ୍ଗଷ୍ଟର ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ଘଟିଥିବା କୁହାଯାଉଛି । ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳ ଶୂନଶାନ ହୋଇଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ।
ସୂଚନା ଅନୁଯାଇ ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ହଠାତ ନୂଆପଡ଼ା ବଜାର ମଧ୍ୟ ସ୍ଥଳରେ ଉଭୟ ଗୋଷ୍ଠୀ ମଧ୍ୟରେ ହଠାତ୍ ମାର୍‌ପିଟ୍ ଆରମ୍ଭ ହୋଇଯାଇଥିଲା । ପ୍ରାୟ ୫ ମିନିଟ୍ ଉଭୟ ଉଭୟଙ୍କୁ କୋଦାଳ ବେଣ୍ଟ, କାଠଫାଳିଆ ତଥା ଅନ୍ୟନ୍ୟ ହାତ ହତିଆରେ ଆକ୍ରମଣ କରିବାରୁ ବଜାର ଅଂଚଳ ରଣକ୍ଷେତ୍ର ପାଲଟି ଯାଇଥିଲା । ପରେ ୨ ଜଣଙ୍କୁ ରକ୍ତ ଜୁଡୁବୁଡୁ ହୋଇ ରାସ୍ତା ଉପରେ ପଡିଥିବାର କେତେକ ପ୍ରତ୍ୟକ୍ଷଦର୍ଶି କହିଛନ୍ତି । ତେବେ ସେମାନେ ମୃତକ ପ୍ରାୟ ହୋଇ ପଡ଼ି ରହିଥିବାବେଳେ ଉଭୟଙ୍କୁ ଏକ କାରରେ ଭର୍ତିକରି ସେମାନଙ୍କ ସହଯୋଗୀ ସେମାନଙ୍କୁ ସେଠାରୁ ନେଇ ପଳାଇ ଥିବା ସୂଚନା ମଳିଛି । ପୁଲିସ ପହଞ୍ଚି କୋଦାଳ ବେଂଟ, କାଠ ଫାଳିଆ, ତିନୋଟି ହାତବନ୍ଧା ଘଂଟା, ହଳେ ଚପଲ ଜବତ କରିଥିବା ବେଳେ ରାସ୍ତାରେ ଗାଡିର ଭଙ୍ଗାକାଚ, ରାସ୍ତାଉପରେ ମଳାମଳା ରକ୍ତ ପଡିଥିବାର ଦେଖାଯାଇଛି । ଖବର ନେବାରେ ଜଣାଯାଇଛି ଯେ ଆଜି ସକାଳେ ନୂଆପଡାରେ ଥିବା ଏକ ବିଦେଶୀ ମଦ ଦୋକାନ ନିକଟରେ ୨ ଗ୍ୟାଙ୍ଗଷ୍ଟର ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଉଭୟ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ସନ୍ଧ୍ୟାରେ ପୁର୍ନବାର ବଜାରରେ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋଷ୍ଠିର ୩ ଜଣ ଏକ କାରରେ ଆସିଥିବା ବେଳେ ଅନ୍ୟ ଗୋଷ୍ଠୀର ପ୍ରାୟ ୧୦/୧୨ ଜଣ ବଜାରରେ ଉପସ୍ଥିତ ଥିଲେ । ପୁର୍ବ ପ୍ରସ୍ତୁତି ଅନୁସାରେ ଏମାନେ କୋଦାଳ ବେଣ୍ଟ ଓ କାଠଫାଳିଆରେ ୩ ଜଣିଆ ଗୋଷ୍ଠୀ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିସହିତ କାରର କାଚ ଓ ଲାଇଟି ଗୁଡିକ ସେମାନେ ବାଡେଇ ଭାଙ୍ଗି ଦେଇଥିଲେ । ୨ ଜଣ ଗୁରୁତର ଆହତ ହୋଇଯିବା ପରେ ସେହି କାରରେ ସେମାନଙ୍କୁ ଘଟଣାସ୍ଥଳରୁ ସହଯୋଗୀ ନେଇ ପଳାଇ ଯାଇଥିଲେ ବୋଲି ସୂଚନା ମିଳିଛି । ଏହି ଦୁଇଜଣ ଗୁରୁତରମାନଙ୍କୁ କଟକର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଘଟଣାସ୍ଥଳ ସମ୍ମୁଖରେ ଦୁଇଟି ଦୋକାନରେ ଲାଗିଥିବା ସିସି କ୍ୟାମେରା ଅନୁଧ୍ୟାନ କରାଗଲେ ପ୍ରକୃତ ଘଟଣା ସମ୍ପର୍କରେ ଓ ଉଭୟ ଗୋଷ୍ଠୀର ବ୍ୟକ୍ତିମାନଙ୍କ ସହଜରେ ସୂଚନା ମଳିପାରିବ ବୋଲି ଆଲୋଚନା ହେଉଛି । ଘଟଣାସ୍ଥଳରେ ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ ସଦଳବଳେ ପହଂଚି ତଦନ୍ତ ଜାରିରଖିଛନ୍ତି । ଅଭିଯୁକ୍ତମାନେ ମାର୍ଶାଘାଇ ଥାନା ଅଞ୍ଚଳର ହୋଇଥିବା ସନ୍ଦେହ କରି ଘଟଣାସ୍ଥଳରେ ମାର୍ଶାଘାଇ ଥାନା ପୁଲିସ ମଧ୍ୟ ପହଞ୍ଚିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ