ପରିବହନ ଶ୍ରମିକଙ୍କ ସମସ୍ୟା ନେଇ ପ୍ରତିବାଦ
କଟକ(ଏନ୍.ଏମ୍.): ପରିବହନ ଶ୍ରମିକ ମାନଙ୍କ ସମସ୍ୟା ସମ୍ପର୍କରେ କଟକ ମୋଟର କର୍ମଚାରୀ ୟୁନିୟନ ତରଫରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଟକ ବାଦାମବାଡ଼ି ବସ ଷ୍ଟାଣ୍ଡରେ ପ୍ରାୟ ୧ହଜାର ବସ୍ ଦୈନିକ ଚଳାଚଳ କରୁଥିବାବେଳେ ବସ୍ ଡ୍ରାଇଭର, କଣ୍ଡକ୍ଟର, ହେଲପର ମାନଙ୍କର ବିଶ୍ରାମ ନେବା ଓ ମୌଳିକ ସୁବିଧା ପାଇଁ ଶୌଚାଳୟ ନଥିବା ଦୁର୍ଭାଗ୍ୟ ଜନକ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି । ପୁନଶ୍ଚ କରୋନ ମହାମାରୀ ପ୍ରଥମ ଲହର ଓ ଦ୍ୱିତୀୟ ଲହର ଯୋଗୁଁ ଗତ ୨୦୨୦ ମାର୍ଚ୍ଚ ଠାରୁ ଲକ୍ଡାଉନ ଓ ସଟ୍ଡାଉନ୍ ଯୋଗୁଁ ବସ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି । ଫଳରେ ବସ କର୍ମଚାରୀ ମାନେ ରୋଜଗାର ହରାଇଛନ୍ତି । ବସ ଶ୍ରମିକ ମାନେ ଖାଇବା ଖର୍ଚ୍ଚ, ଲୁଗାପଟା ଖର୍ଚ୍ଚ, ଔଷଧ ଖର୍ଚ୍ଚ, ବିଦ୍ୟୁତ୍ ଓ ଘରଭଡ଼ା ଦେୟ ପଇଠ କରି ପାରିନଥିବା ଅଭିଯୋଗ କରିଛନ୍ତି । ଏଥି ସହିତ ସେମାନଙ୍କ ପିଲାମାନେ ପାଠ ପଢ଼ିବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । ଏହି ଅବସ୍ଥାରେ ସେମାନଙ୍କ ପାଇଁ ବଞ୍ôଚବାର ରାହା ଦିଶୁନଥିବା କର୍ମଚାରୀମାନେ କହିଛନ୍ତି । ବସ୍ ନଚାଲିଲେ ସେମାନଙ୍କ ରୋଜଗାର ବନ୍ଦ । ଏପରିସ୍ଥିତିରେ ସରକାର ମଧ୍ୟ ମୋଟର କର୍ମଚାରୀଙ୍କ ପାଇଁ କୌଣସି ସହାୟତା ପ୍ରଦାନ କଲେ ନାହିଁ; ଫଳରେ ସେମାନଙ୍କ ଆର୍ôଥକ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି ।
ଏହି ଅବସରରେ କଟକ ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ସମସ୍ତ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନଙ୍କୁ ମାସିକ ୭,୫୦୦ ଟଙ୍କା ଛଅ ମାସ ପାଇଁ ଆର୍ôଥକ ସହାୟତା ପ୍ରଦାନ କରାଯିବା, ପ୍ରତ୍ୟେକ ପରିବାରକୁ ମୁଣ୍ଡ ପିଛା ୧୦ କେ.ଜି ଚାଉଳ ଦିଆଯିବା ଓ ୫୦ ଲକ୍ଷ ଟଙ୍କାର ଜୀବନ ବୀମା କରିବାକୁ ଦାବି ହୋଇଛି । କର୍ମଚାରୀମାନଙ୍କ ଏହି ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ପାଲାମଣ୍ଡପ ସ୍ଥିତ ପୁରୀ ବସଷ୍ଟାଣ୍ଡରେ ୟୁନିୟନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଭାପତି ଜନାର୍ଦ୍ଦନ ପତି, ସାଧାରଣ ସମ୍ପାଦକ ଶିଶିର କୁମାର ଲେଙ୍କା, ସହ ସମ୍ପାଦକ ହୀରାଲାଲ ପଣ୍ଡା, ଚକ୍ରବର୍ତ୍ତୀ ଓତା, ଗଗନ ପରିଡ଼ା, କୋଷାଧକ୍ଷ ବିଭୁତି ଭୂଷଣ ରାଉତ, ରଞ୍ଜନ କୁମାର ସାହୁ, ବିଦୁର ଗୋଛାୟତ, ସୁରେଶ ଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ଦାସ, ଜଗନ୍ନାଥ ବେହେରା, ରାକେଶ ରାଉତ, ଗୌରାଙ୍ଗ ବେହେରା, ରଘୁନାଥ ବାରିକ, ଜୟଦେବ ପ୍ରଧାନ, ରୋହିତକ ରାଉତ, ଶିବ ସେଠୀ, ବଇଁଶୀଧର ଦାସ ପ୍ରମୁଖ ଉକ୍ତ ସଭାରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ୟୁନିୟନ ପକ୍ଷରୁ ବାଦାମବାଡ଼ି ଥାନା ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।