ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ

ନବ ନିଯୁକ୍ତ ଡାକ୍ତରଙ୍କ ସହ ସମୀକ୍ଷା: ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର (ଏନ୍‌.ଏମ୍‌.) : ରାଜ୍ୟର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇଥିଲେ । ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦କୋଟି ଟଙ୍କା ବିନିଯୋଗ ହେବା ବିଷୟରେ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟସେବା ହେଉଛି ମୋ ସରକାରର ପ୍ରାଥମିକ କ୍ଷେତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିଛି ବର୍ଷରେ ବହୁ କର୍ମଚାରୀ ନିଯୁକ୍ତି କରି ସ୍ୱାସ୍ଥ୍ୟସେବାକୁ ମଜଭୂତ କରାଯାଉଛି । କୋଭିଡ ଚିକିତ୍ସା ନେଇ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଂଶସା କରି ସମାଜରେ ଡାକ୍ତରମାନଙ୍କର ବିଶେଷ ସମ୍ମାନ ରହିଛି ବୋଲି କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ