ଦେଶୀ ମଦ ଭାଟିରେ ଚଢ଼ାଉ କରିବାକୁ ଯାଇ ନିର୍ଦ୍ଧୁମ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ୍‌

ଦେଶୀ ମଦ ଭାଟିରେ ଚଢ଼ାଉ କରିବାକୁ ଯାଇ ନିର୍ଦ୍ଧୁମ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ୍‌

ଦେଶୀ ମଦ ଭାଟିରେ ଚଢ଼ାଉ କରିବାକୁ ଯାଇ ନିର୍ଦ୍ଧୁମ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଉଦ୍ଧାର କଲା ପୁଲିସ୍‌


#ଖୁଣ୍ଟୁଣୀ(ଏନ୍‌.ଏମ୍‌.): କଟକ ଜିଲ୍ଲାର ଖୁଣ୍ଟୁଣୀ ଅଞ୍ଚଳ ବେଆଇନ ମଦ ତିଆରି କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ଏହି ଅଞ୍ଚଳଟି ମଦ ମାଫିଆଙ୍କ ସାମ୍ରାଜ୍ୟ ପାଲଟି ଯାଇଥିବା ଅଭିଯୋଗ ହୋଇଛି । ତେବେ ବିଭିନ୍ନ ସୂତ୍ରରୁ ଖବର ପାଇ ଦେଶୀ ଭାଟିରେ ଚଢ଼ଉ ପାଇଁ ଯାଇଥିଲେ ଅବକାରୀ ବିଭାଗ । ହେଲେ ନିଶା ମାଫିଆଙ୍କ ଆକ୍ରମଣରେ ଶିକାର ହୋଇଛନ୍ତି । ଭାଟିରେ ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ନିଶା ମାଫିଆ । ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ । ପୁଲିସ୍ ଗାଁରେ ପହଞ୍ଚି ନିଶା ମାଫିଆଙ୍କ କବଳରୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଛି । ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା । କୌଣସି ସୂତ୍ରରୁ ଖବର ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ନେତୃତ୍ୱର ଏକ ଟିମ୍ ଉକ୍ତ ଗାଁରେ ପହଞ୍ଚି ମଦ ଭାଟି ଉପରେ ଚଢ଼ଉ କରିଥିଲେ । ଏପରିକି ମଦ ମାଫିଆଙ୍କୁ ଗିରଫ କରିଥିଲେ । ଠିକ୍ ସେହି ସମୟରେ ତାତି ଯାଇଥିଲେ ନିଶା ମାଫିଆଙ୍କ ପରିବାର ଲୋକ । ଅବକାରୀ ବିଭାଗର ଗାଡି ଭାଙ୍ଗାରୁଜା କରିଥିଲେ । ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ନିଶା ମାଫିଆଙ୍କୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଦୀର୍ଘ ସମୟଧରି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କୁ ଅଟକ ରଖିଥିଲେ । ଖବର ପାଇ ଖୁଣ୍ଟୁଣୀ ଥାନା ପୁଲିସ୍ ଗାଁରେ ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା ପୁଲିସ୍ । ଅବକାରୀ ବିଭାଗ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛି । ମାରପିଟ୍ ଓ ଗାଡ଼ି ଭଙ୍ଗାରୁଜା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ହେବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅର୍ଥାତ ୨୦୨୩ ଜୁଲାଇ ୨୮ତାରିଖରେ ମଧ୍ୟ ସେହି ଗାଁରେ ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଚଢ଼ଉ ସମୟରେ ମଦ ମାଫିଆ ଓ ତାଙ୍କ ପରିବାର ଲୋକେ ଆକ୍ରମଣ କରିଥିଲେ । ସେହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହେଉଛି ରବୀନ୍ଦ୍ର ସ୍ୱାଇଁ । ଆଜି ତାକୁ ପୁଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଗିରଫ କରିବାରେ ସଫଳ ହୋଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ