ଦଳିଦେଲା ଦନ୍ତା: ଚାଲିଗଲା ମହିଳାଙ୍କ ଜୀବନ

ଦଳିଦେଲା ଦନ୍ତା: ଚାଲିଗଲା ମହିଳାଙ୍କ ଜୀବନ

ଦଳିଦେଲା ଦନ୍ତା: ଚାଲିଗଲା ମହିଳାଙ୍କ ଜୀବନ

News by Maheswar Behera (Athagarh)

ଆଠଗଡ(ଏନ୍‌.ଏମ୍‌.): କେତେବେଳେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷର ପ୍ରାଣ ଯାଉଛି ତ ଆଉ କେତେବେଳେ ମଣିଷଙ୍କ ଚକ୍ରାନ୍ତରେ ବନ୍ୟଜନ୍ତୁ ଜୀବନ ହାରୁଛନ୍ତି । ଏଭଳି ଘଟଣା ପ୍ରାୟ ସମୟରେ ଦେଖିବାକୁ ମିଳିଛି । ସତେ ଯେମିତି ବନ୍ୟଜନ୍ତୁ ଓ ମଣିଷଙ୍କ ମଧ୍ୟରେ ଗୋଟିଏ ରୀତିମତ ଅଘୋଷିତ ଯୁଦ୍ଧ ଚାଲିଛି । ତେବେ ଏହାର କେବେ ଅନ୍ତ ଘଟିବ ତାହା ମଧ୍ୟ ପ୍ରଶ୍ନବାଚୀ । ଆଜି ବନ୍ୟଜନ୍ତୁଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ପ୍ରାଣ ହରାଇବା ଘଟଣା ସମଗ୍ର ଆଠଗଡ ଅଞ୍ଚଳକୁ ସ୍ତବ୍ଧ କରିଦେଇଛନ୍ତି । ଅଞ୍ଚଳବାସୀଙ୍କ ମଧ୍ୟରେ ଏ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟକୁ ଆସିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଆଜି ଭୋରୁ ଜଣେ ମହିଳା ଶୌଚ ହେବାକୁ ଯାଉଥିବାବେଳେ ଦନ୍ତା ଆକ୍ରମଣର ଶିକାର ହୋଇଛନ୍ତି । ସମ୍ପୃକ୍ତ ମହିଳାଙ୍କୁ ଦନ୍ତା ଦଳିଦେବା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ମୃତା ମହିଳା ଜଣକ ସ୍ଥାନୀୟ ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମର ନିଆଶା ରାଉତ ବୋଲି ଆଠଗଡ଼ ରେଞ୍ଜର କହିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ