ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସଂରକ୍ଷଣ ବ୍ୟବସ୍ଥା


ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗକୁ ଆସୁଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ କରି ନିର୍ବାଚନରେ ସ୍ଥାନ ସଂରକ୍ଷଣ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି ।
ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ଜିଲ୍ଲାପାଳ ‘ସଂରକ୍ଷଣ’ ବ୍ୟବସ୍ଥା କରିବେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଅକ୍ଟୋବରରୁ ସ୍ଥାନ ସଂରକ୍ଷଣ କରାଯାଇ ଜିଲ୍ଲାପାଳ ରିପୋର୍ଟ ପ୍ରଦାନ କରିବେ । ତେବେ ସମୁଦାୟ ଆସନର ୫୦ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷିତ ବ୍ୟବସ୍ଥା ରହିବ ବୋଲି କୁହାଯାଇଛି । ସେହିଭଳି ପ୍ରତି ପଞ୍ଚାୟତର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ଜିଲ୍ଲାପାଳ ହିଁ ସଂରକ୍ଷଣ ବ୍ୟବସ୍ଥା କରିବେ । କିନ୍ତୁ ଜିଲ୍ଲା ପରିଷଦ ପାର୍ଥୀ ପାଇଁ ପଞ୍ଚାୟତରାଜ ବିଭାଗ ସଂରକ୍ଷଣ ବ୍ୟବସ୍ଥା କରିବ । ଅନ୍ୟକ୍ଷରେ ଏବେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ନଥିଲେ ମଧ୍ୟ ଅକ୍ଟୋବର ପ୍ରଥମ ସପ୍ତାହରୁ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ସହିତ ନିର୍ବାଚନକୁ ଅଧିକ ସ୍ୱଚ୍ଛ କରିବା ପାଇଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ