ତରାବୋଇ ଗ୍ରାମରେ ୩ ସରକାରୀ ବିଦ୍ୟାଳୟରେ ୩ ବର୍ଷ ହେବ ଝୁଲୁଛି ତାଲା : ବିଦ୍ୟାଳୟ ପାଲଟିଛି ନିଷାଡିଙ୍କ ଆଡ୍ଡାସ୍ଥଳି

ତରାବୋଇ ଗ୍ରାମରେ ୩ ସରକାରୀ ବିଦ୍ୟାଳୟରେ ୩ ବର୍ଷ ହେବ ଝୁଲୁଛି ତାଲା : ବିଦ୍ୟାଳୟ ପାଲଟିଛି ନିଷାଡିଙ୍କ ଆଡ୍ଡାସ୍ଥଳି

ତରାବୋଇ ଗ୍ରାମରେ ୩ ସରକାରୀ ବିଦ୍ୟାଳୟରେ ୩ ବର୍ଷ ହେବ ଝୁଲୁଛି ତାଲା : ବିଦ୍ୟାଳୟ ପାଲଟିଛି ନିଷାଡିଙ୍କ ଆଡ୍ଡାସ୍ଥଳି

News by Kanhu Charan Panda (Khurdha)

ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଗ୍ରାମରେ ୩ ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୩ ବର୍ଷ ହେବ ତାଲା ଝୁଲୁଛି । ବନ୍ଦ ପଡିରହିଥିବା ବିଦ୍ୟାଳୟମାନଙ୍କରେ ନିଷାଡିମାନଙ୍କର ଆଡାସ୍ଥଳି ପାଲଟିଛି । ତରାବୋଇ ବାବଜା ପ୍ରାଥମିକ ବିଦ୍ୟାଳୟ, କୋରଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ବାବଜା ମୁସଲିମ ବସ୍ତିରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟ ଏହି ୩ଗୋଟି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ସଂଖ୍ୟା କମ ହେବାରୁ ଏହି ସ୍କୁଲ ଗୁଡିକୁ ବନ୍ଦ କରାଯାଇଥିଲା । ବାବଜା ପ୍ରାଥମିକ ବିଦ୍ୟାଳୟ ୨୦୧୩ ମସିହାରେ ଟଙ୍କା ଖର୍ଚ୍ଚ ହୋଇ ନୂତନ ଶ୍ରେଣୀ ଗୃହ, ଶୌଚାଳୟ ଓ ଅଫିସ ଗୃହ ନିର୍ମାଣ ହୋଇଥିଲା । ବିଦ୍ୟାଳୟରେ ପିଲା ସଂଖ୍ୟା କମ ହେବାରୁ ୨୦୨୦ ମସିହାରେ ବିଦ୍ୟାଳୟଟି ବନ୍ଦ ହୋଇଯାଇଥିଲା । ଯଦି ବିଦ୍ୟାଳୟଟି ବନ୍ଦ ହେବାର ଥିଲା ତେବେ ମରାମତି ଓ ଗୃହ ନିର୍ମାଣ ପାଇଁ ଟଙ୍କା କାହିଁକି ଖର୍ଚ୍ଚ କରାଯାଉଥିଲା । ସରକାର କା ମାଲ୍ ଦରିଆମେ ଡାଲ୍ ଭଳି ନୀତିରେ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିଚାଲୁଛନ୍ତି । ଏହି ବିଦ୍ୟାଳୟ ଗୁଡିକ ବନ୍ଦ ହୋଇ ରହିଥିବାରୁ ଅନାବନା ଗଛଲତାରେ ବିଦ୍ୟାଳୟଟି କୃର୍ତ୍ତିମ ଜଙ୍ଗଲ ସୃଷ୍ଟି ହେଲାଣି । ଏହାର ସୁଯୋଗ ନେଇ ବିଦ୍ୟାଳୟରେ ନିଷାଡିଙ୍କର ଅବାଧ୍ୟ ପ୍ରବେଶ କରି ନିଷା ସେବନ କରୁଥିବା ଦେଖିବାକୁ ମିଳୁଛି । ସରକାରୀ ବିଦ୍ୟାଳୟ ମାନଙ୍କରେ ଠିକ୍ ଠାକ୍ ପାଠପଢା ହେଉନଥିବାରୁ ଛାତ୍ର ଛାତ୍ରୀଙ୍କର ଅଭିଭାବକମାନେ ତାଙ୍କ ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ସରକାରୀ ବିଦ୍ୟାଳୟକୁ ନପଠାଇ ଘରୋଇ ସ୍କୁଲକୁ ପଠାଉଛନ୍ତି । ଏବେ ଗ୍ରାମ ବାସିଙ୍କ ପକ୍ଷରୁ ବାବଜା ପ୍ରାଥମିକ ବିଦ୍ୟାଳୟଟି ଖୋଲାଯିବ ବୋଲି ଶୁଣିବାକୁ ମିଳୁଛି । ଦୀର୍ଘ ୩ ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗିଛି ବୋଲି ଛାତ୍ର ଛାତ୍ରୀଙ୍କ ଅଭିଭାବକଙ୍କ ମନରେ ଖୁସିର ଲହର ଖେଳିଯାଇଛି । ଗ୍ରାମର କିଛି ଅଭିଭାବକ ମାନେ ସ୍ଥାନୀୟ ବିଧାୟକ ସୁର ରାଉତରାୟଙ୍କ ସହିତ ଆଲୋଚନା କରି ସ୍କୁଲ ଖୋଲାଯିବା ପାଇଁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି । ବିଧାୟକ ଶ୍ରୀ ରାଉତରାୟ ମଧ୍ୟ ଖୁବ ଶିଘ୍ର ଏହି ବିଦ୍ୟାଳୟ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ବିଧାୟକଙ୍କ ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ଏହି ଭଳି ପ୍ରତିଶୃତି ଦିଆଯାଇଥିବା ଶୁଣିବାକୁ ମିଳୁଛି । ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭଷୁଡି ଯାଇଛି । ବଡ ବଡିଆ ଲୋକେ ତାଙ୍କ ପିଲାମାନଙ୍କୁ ପଇସା ଖର୍ଚ୍ଚ କରି ଇଂଲିଶ ମିଡିୟମ ବା ଘରୋଇ ବିଦ୍ୟାଳୟକୁ ପଠାଉଛନ୍ତି କିନ୍ତୁ ଗରିବ ଖଟିକିଆ ଲୋକମାନେ ବାଧ୍ୟ ହୋଇ ୨କିଲୋମିଟର ଦୂରରେ ଥିବା ସରକାରୀ ବିଦ୍ୟାଳୟକୁ ତାଙ୍କ ପିଲା ମାନଙ୍କୁ ପଠାଉଛନ୍ତି । ତେବେ ଏହି ୩ ଗୋଟି ବିଦ୍ୟାଳୟ କେବେ ଖୋଲାଯିବ ତାହା ସମୟକୁ ଅପେକ୍ଷା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି