ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ

ଜୟଦେବ ବାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କବାସୀ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ଅର୍କକ୍ଷେତ୍ର କୋଣାର୍କର ପବିତ୍ର ଚନ୍ଦ୍ରଭାଗା ତୀର୍ଥ ସଂଲଗ୍ନ ଜୟଦେବ ବାଟିକାକୁ ଦୀର୍ଘକାଳ ଧରି ଅବହେଳିତ କରି ରଖିବା ପରେ ବେଳାଭୂମି ବିକାଶ ଯୋଜନା ଆଳରେ ବାଟିକାର ଅସ୍ଥିତ୍ୱ ଲୋପ ପାଇଁ ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ର ଜାରି ରଖିଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଭାଗା ବେଳାଭୂମି ଓ ତୀର୍ଥ ସଂଲଗ୍ନ ବଜାର ଅଞ୍ଚଳରେ ୪୬କୋଟି ଟଙ୍କା ବ୍ୟୟ ବରାଦରେ ଗାଡ଼ି ପାର୍କିଂ ସମେତ ପର୍ଯ୍ୟଟକଙ୍କ ନିମନ୍ତେ ଅନ୍ୟାନ୍ୟ ସୁବିଧା ସୁଯୋଗ ନିର୍ମାଣ ହେବ । ତେବେ ଏଥିପାଇଁ ଜୟଦେବ ବାଟିକାକୁ ଅସ୍ଥିତ୍ୱ ଶୂନ୍ୟ କରାଯାଇ ସେଠାରେ ପାର୍କିଂ ନିର୍ମାଣ ପାଇଁ ଯୋଜନା କରାଯାଇଛି । ଜୟଦେବ ବାଟିକାର ସଂରକ୍ଷଣ ଓ ବିକାଶ ନିମନ୍ତେ ପର୍ଯ୍ୟଟନ ବିଭାଗ ହାତରୁ ଦାୟିତ୍ୱ କଢାଯାଇ ଏକ ବର୍ଷ ପୂର୍ବେ କୋଣାର୍କ ଏନ୍‌ଏସିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଏହି ବାଟିକାର ବିକାଶ ନିମନ୍ତେ କୋଣାର୍କ ଏନ୍‌ଏସି ପକ୍ଷରୁ ୭୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ପୁରୀ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ସରକାରଙ୍କୁ ପଠାଯାଇଛି । ଜୟଦେବ ବାଟିକାର ସୁରକ୍ଷା ତଥା ବିକାଶ ଚିନ୍ତାଠାରୁ ଦୂରେଇ ଯାଇ ଜିଲ୍ଲା ପ୍ରଶାସନ ଏହି ବାଟିକାର ଅସ୍ଥିତ୍ୱ ଲୋପ ପାଇଁ ମସୁଧା ଚଳାଇଥିବା ସଂସ୍କୃତିପ୍ରେମୀ ଅଭିଯୋଗ କରିଛନ୍ତି । ଏ ନେଇ କୋଣାର୍କ ଶ୍ରୀଜୟଦେବ ଜୟନ୍ତୀ କମିଟିର ସଭାପତି ଗୋପାଳଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୋଣାର୍କ ଏନ୍‌ଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଜୟଦେବ ଜୟନ୍ତୀ କମିଟି ଉପଦେଷ୍ଟା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସଦସ୍ୟ ଭାଗିରଥୀ ସ୍ୱାଇଁ, ଭାସ୍କର ବେହେରା, ରବୀନ୍ଦ୍ରନାଥ ବାହିନୀପତି, ରାମକୃଷ୍ଣ ମହାନ୍ତି, ଅଜିତ ମଲ୍ଲିକ, ଅବନୀଭୂଷଣ ବାରିକ, ନିରଞ୍ଜନ ତ୍ରିପାଠୀ, ବିରଞ୍ଚି ନାରାୟଣ ରଥ, ମନୋରଞ୍ଜନ ପଣ୍ଡା ଓ ସୁକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଜୟଦେବ ବାଟିକାର ସୁରକ୍ଷା ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ନିଷ୍ପତ୍ତି ନେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *