ଜବାନ ବଞ୍ଚାଇଲେ ପାଞ୍ଚବର୍ଷର କୋମଲମତି କୁନି ଶିଶୁର ଜୀବନ

ଜବାନ ବଞ୍ଚାଇଲେ ପାଞ୍ଚବର୍ଷର କୋମଲମତି କୁନି ଶିଶୁର ଜୀବନ

ଜବାନ ବଞ୍ଚାଇଲେ ପାଞ୍ଚବର୍ଷର କୋମଲମତି କୁନି ଶିଶୁର ଜୀବନ


କଳାହାଣ୍ଡି (ଏନ୍‌.ଏମ୍‌.): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡା ଗ୍ରାମର ଭାରତୀୟ ସେନାରେ କାର୍ଯ୍ୟରତ ମଳୟ ରଞ୍ଜନ ଗଡତିଆଙ୍କ ପାଇଁ ଜଣେ ପାଞ୍ଚବର୍ଷର କୁନି ଶିଶୁର ଜୀବନ ବଞ୍ଚିଯାଇଛି । ସେ ଦେଶ ସୁରକ୍ଷା ସହ ସମାଜ ସେବାରେ ନିଜକୁ ନିୟୋଜିତ କରି ନିଜକୁ ଖୁସି ଅନୁଭବ କରୁଥିବା କହିଛନ୍ତି । ମଳୟ ଛୁଟିରେ ନିଜ ଗ୍ରାମକୁ ଆସିଥିଲେ । ଯେତେବେଳେ ସେ ନର୍ଲା ବ୍ଲକ ଦହଲ ଗ୍ରାମର ନରେଶ ନାଏକଙ୍କ କୁନି ଶିଶୁକୁ (ଏବି+) ବ୍ଲଡ଼ର ଆବଶ୍ୟକ ଥିବା ଜାଣିବାକୁ ପାଇଲେ; ତୁରନ୍ତ ଭବାନୀପାଟଣା ସରକାରୀ ଡାକ୍ତରଖାନାକୁ ଯାଇ ରକ୍ତଦାନ କରିଥିଲେ । ଶିଶୁ ଦେହରେ ମାତ୍ର ଚାରି ପ୍ରତିଶତ ରକ୍ତ ଥିଲା ଏବଂ ଶିଶୁର ସ୍ୱାସ୍ଥ୍ୟବସ୍ତା ଧୀରେ ଧୀରେ ବିଗିଡିବାରେ ଲାଗିଥିଲା । ସେହି ସମୟରେ ଦେବଦୂତ ସାଜି ମଳୟ ଆସି ଶିଶୁର ଜୀବନ ବଞ୍ଚାଇଥିଲେ । ଏଥିରେ ଛାତ୍ର ବିଜେଡି ବ୍ଲକ ସଭାପତି ଶ୍ରୀକାନ୍ତ ପ୍ରଧାନ ଏବଂ ମଳୟ ପ୍ରଧାନ ସାମିଲ ରହି ଉକ୍ତ ପରିବାରକୁ ସହଯୋଗ କରିବା ସହ ଧର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ