ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ
#ଚୌଦ୍ୱାର/କଟକ (ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ, ଚୌଦ୍ୱାର-କଟକ ପକ୍ଷରୁ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଯୋବ୍ରା ଆନ୍ନିକଟ, ଚୌଦ୍ୱାର ବିରୁପାଠାରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ପୂର୍ଣ୍ଣଅବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଓଡିଶା ପ୍ରଗତିରେ ମହାନ ଜନନାୟକ, ପ୍ରବାଦ ପୁରୁଷ, ଆଜନ୍ମ ସ୍ୱାଭିମାନୀ, ଉତ୍କଳର ବରପୁତ୍ର, ଭୂମୀପୁତ୍ର ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସମ୍ମତି ଜଣାଇ ଆଜି ତାଙ୍କ ଜୟନ୍ତୀ ଅବସରରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ନେତୃତ୍ୱରେ ଚୌଦ୍ୱାର-କଟକ ବିଜୁ ଯୁବ, ଛାତ୍ର ଜନତା ଦଳର ଏକ ବିଶାଳ ସାଇକେଲ ରାଲି ସ୍ଥାନୀୟ ଯୋବ୍ରା ଆନିକଟରୁ ଆନନ୍ଦ ଭବନ ଓ ଚୈାଦ୍ୱାରରେ ବିରୁପା ଛକ ରୁ ହାଉସିଂ ବୋର୍ଡ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପର୍ଯ୍ୟନ୍ତ ହୋଇଥିଲା । ଏହାପରେ ଆଚାର୍ଯ୍ୟ ହରିହର କ୍ୟାନସର ଚିକିତ୍ସାଳୟର କ୍ୟାନସର ରୋଗୀମାନୁଙ୍କୁ ଫଳବଣ୍ଟନ ଓ ଚୈାଦ୍ୱାର ସ୍ଥିତ ହିନ୍ଦ୍ ସେବକ ସଂଘ ଅନାଥାଶ୍ରମର ଅନ୍ତେବାସୀମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା । ଅପରାହ୍ନ ୪ଘଟିକା ସମୟରେ ଚୌଦ୍ୱାର ଗାନ୍ଧିଛକସ୍ଥିତ ଟାଉନ୍ହଲ ଠାରେ ପୂର୍ବତନ ବିଧାୟକ ଡକ୍ଟର ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୭ତମ ଜନ୍ମତିଥି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତହେବା ସହ ଶପଥ ପାଠ କରାଯାଇଥିଲା । ସାଢେ ଚାରି କୋଟି ଓଡିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢିବା, ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନୀ ‘ନବୀନ ଓଡିଶା ଗଢିବା’ ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ । ସେ ପୁଣି କହିଥିଲେ ଯେ, ବିଜୁ ବାବୁଙ୍କ ପବିତ୍ର ୧୦୭ତମ ଜୟନ୍ତୀ ଅବସରେ ଆମର ପ୍ରିୟ ଓଡିଶାର ଗୌରବକୁ ଉଚ୍ଚା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବିଜୁ ବାବୁଙ୍କୁ ଭାରତରତ୍ନ ଉପାଧି ପ୍ରଦାନ କରାଗଲେ ତାଙ୍କର ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଡେପୁଟୀ ମେୟର ଦମୟନ୍ତୀ ମାଝୀ, ଚୌଦ୍ୱାର ପୌରପାଳିକାର ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପ ନଗରପାଳ ଶୁଭେନ୍ଦୁ ସାମଲ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ଚୌଦ୍ୱାର ନଗର ସଭାପତି ବିଷ୍ଣୁ ଚରଣ ପରିଡା, ସିଏମସି କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ପ୍ରଳୟା ବେଉରା, ଇଂ. ସୁବ୍ରତ ଘଡାଇ, ତାପସ ସାମନ୍ତାରାୟ, ପ୍ରମିଳା ମହାନ୍ତି, ନଳିନୀ ବେହେରା, ଅରବିନ୍ଦ ଜେନା, ପଦ୍ମିନୀ ସାହୁ, ବିଶ୍ୱ ବନ୍ଦିତା ପଣ୍ଡା, ଝିଲ୍ଲୀ ବିହାରୀ, ପୂର୍ବତନ କର୍ପୋରେଟର ଜୟଦେବ ଜେନା, ଚିରଞ୍ଜୟ ସାହୁ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, କାଉନସିଲର- ଦିଲ୍ଲିପ ସାହୁ, ବିଜୟଲକ୍ଷ୍ମୀ ବେହେରା, ରଙ୍ଗଲତା ସାହୁ, ବିଜୟ ମଲ୍ଲିକ, ସୁବ୍ରତ ସାମଲ, ଆଶୁତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।