ଚୌଦ୍ୱାର ଇମ୍ଫା ଶିଳ୍ପରେ ଶ୍ରମିକ ଓ ଶ୍ରମିକ ପରିବାରଙ୍କୁ କରୋନା ଟୀକା ପ୍ରଦାନ
ଚୌଦ୍ୱାର(ଏନ୍.ଏମ୍.): ସମ୍ପ୍ରତି କରୋନା ମହାମାରୀ ମୁକାବିଲା କ୍ଷେତ୍ରରେ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଚୌଦ୍ୱାର ଅଞ୍ଚଳରେ ଥିବା ଇମ୍ଫା ଶିଳ୍ପଗୋଷ୍ଠୀ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଟୀକାକରଣ କରାଇଛି । ଇମ୍ଫା ଶିଳ୍ପଗୋଷ୍ଠୀ ତାର ଶ୍ରମିକ ଓ ତାଙ୍କର ପରିବାରକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଥିବାବେଳେ କାର୍ଯ୍ୟରତ ଶ୍ରମିକମାନଙ୍କୁ ୨ଦିନ ଧରି ଟୀକା ଦିଆଯାଇଥିଲା । ଏହି ଶିଳ୍ପାନୁଷ୍ଠାନ ପକ୍ଷରୁ ଫିକ୍କି ଓ ଆପୋଲୋ ହସ୍ପିଟାଲର ମିଳିତ ସହଯୋଗରେ ଚୌଦ୍ୱାର ସ୍ଥିତ ଇମ୍ଫା ମଧ୍ୟରେ ୭୫୦ରୁ ଉର୍ଦ୍ଧ ଶ୍ରମିକ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ଟୀକାକରଣ କରାଯାଇଅଛି । ଆପୋଲୋ ହସ୍ପିଟାଲର କର୍ମଚାରୀଙ୍କ ତଦାରଖ ମଧ୍ୟରେ, ଚୌଦ୍ୱାରସ୍ଥିତ ଇମ୍ଫାର ଡାକ୍ତର ତ୍ରିବିକ୍ରମ ପଟ୍ଟନାୟକ, ସ୍ୱତନ୍ତ୍ର ସରକାରୀ ଟ୍ରେନିଂ ପ୍ରାପ୍ତ ଫାର୍ମଶିଷ୍ଟ ଓ ଅନ୍ୟାନ ମାନବ ସମ୍ବଳ କର୍ମଚାରୀମାନଙ୍କ ଦ୍ୱାରା ଠିକ ଭାବରେ ଦୁଇ ଦିନର ଟୀକା କରଣ ପ୍ରକ୍ରିୟା ଶେଷ ହୋଇଛି । ମାନବ ସମ୍ବଳ ଓ ପ୍ରଶାସନିକ ମୁଖ୍ୟ ସାରଦା ପ୍ରସାଦ ରାଓ ଓ ଅନିଲ ଗୋସ୍ୱାମୀ ଟିକାକରଣ ପ୍ରକ୍ରିୟାକୁ ସୁଚାରୁ ରୂପେ ତୁଲାଇଥିବା ବେଳେ ଏହି କାର୍ଯକ୍ରମ ଆଗକୁ ଜାରି ରହିବ ବୋଲି ଧ୍ରୁବ ଚରଣ ରାଉତ କହିଛନ୍ତି ।