ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ

ଚୌଦ୍ୱାରରେ ୧୨ଟି ଏଲପିଜି ସିଲିଣ୍ଡର ଓ ୧ଟି ପଲସର ଜବତ, ଜଣେ ଗିରଫ


ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଓ ଜଗତପୁର ଅଞ୍ଚଳରେ ଗ୍ୟାସ୍ ସିଲିଣ୍ଡର ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ଚୌଦ୍ୱାର ପୁଲିସ। ସିଲିଣ୍ଡର ଚୋରି ଅଭିଯୋଗରେ ଟୁଙ୍ଗା ଓରଫ ସନ୍ତୋଷ ବାରିକ (୨୪)କୁ ଗିରଫ କରାଯାଇଛି। ତେବେ ଟୁଙ୍ଗା ଠାରୁ ୧୨ଟି ସିଲିଣ୍ଡର ଓ ପଲସର ବାଇକ୍ ଜବତ ହୋଇଛି। ସୂଚନା ଯୋଗ୍ୟ ଯେ, ଗତ ୫ତାରିଖରେ ଗାନ୍ଧୀଛକସ୍ଥିତ ଗ୍ୟାସ୍ ଏଜେନ୍ସିର ଡେଲିଭରି ଗାଡ଼ିରୁ ଗୋଟିଏ ସିଲିଣ୍ଡର ଚୋରି ନେଇ ମାମଲା ହୋଇଥିଲା। ସିସିଟିଭି ଓ ସୂଚନା ଆଧାରରେ ପୁଲିସ ଟୁଙ୍ଗାକୁ ଧରିବା ପରେ ତା’ର ସୂଚନା ଆଧାରରେ ୫ଟି ଭାରତ, ୫ଟି ଇଣ୍ଡେନ୍ ଓ ୨ଟି ଏଚ୍‌ପି ସିଲିଣ୍ଡର ଏବଂ ଓଡି-୦୫ଜେ-୫୭୦୭ ନମ୍ବର ପଲସର ଜବତ କରିଛି। ଟୁଙ୍ଗା ନାମରେ ପୂର୍ବରୁ ୪ଟି ମାମଲା ଥିବାବେଳେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Latest NEW News Post Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ