‘କୋଭିଡ ସମୟରେ ବସ୍ତି ଉଚ୍ଛେଦ ନିନ୍ଦନୀୟ’

‘କୋଭିଡ ସମୟରେ ବସ୍ତି ଉଚ୍ଛେଦ ନିନ୍ଦନୀୟ’

‘କୋଭିଡ ସମୟରେ ବସ୍ତି ଉଚ୍ଛେଦ ନିନ୍ଦନୀୟ’
କଟକ(ଏନ୍.ଏମ୍.): ସରକାର କରୋନା ପାଇଁ ଲକ୍ଡାଉନ୍ ଘୋଷଣା କରି ନିୟମ କରିଛନ୍ତି । ନିଜ ନିୟମକୁ ଉଲଘଂନ କରି ପ୍ରଶାସନ ବସ୍ତିବାସିନ୍ଦାଙ୍କ ଅସହାୟତାର ସୁଯୋଗ ନେଇ ଗୋଟିଏ ପରେ ଗୋଟିଏ ବସ୍ତି ଉଛେଦ କରି ଚାଲିଛନ୍ତି । କରୋନା କଟକଣା ଭିତରେ ପିଲିଗ୍ରିମ୍ ରୋଡ଼ ଦାସ ସାହି ଉଛେଦ କରାଯାଇ କନା ତମ୍ବୁରେ ରଖାଗଲା । ଲକ୍ଡାଉନ୍ ଆରମ୍ଭ ସମୟରେ ମଇ ୫ ତାରିଖ ଦିନ ଛତ୍ର ବଜାର ବେହେରା ସାହି ଓ ଜୁନ୍ ୨ ତାରିଖ ଦିନ ତେଲୁଗୁ ବସ୍ତି ଉଛେଦ କରାଯାଇ ବାଲିସାହି ଅସ୍ଥାୟୀ ଟିଣ ତଳେ ଓ ସାର୍ତ୍ତୋଳ ୟୁପି ସ୍କୁଲର ଛୋଟ ଛୋଟ କୋଠରୀରେ ୫୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଗୃହପାଳିତ ପଶୁ ଭଳି ରଖାଗଲା । ଆସନ୍ତା କାଲି ମାଲ୍ଗୋଦାମ ବେହେରା ସାହି ବସ୍ତି ଖାଲି କରିବାକୁ ସି.ଏମ୍.ସି ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ସେମାନଙ୍କୁ ନୂଆପଡା ବାଲିସାହିରେ ଥିବା ଜାଇକାର ଅସ୍ଥାୟୀ ଟିଣସେଡ୍ରେ ଠୁଳ କରାଯିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ମଣିଷଙ୍କୁ ଗାଇଗୋରୁଠାରୁ ହୀନ ଭାବରେ ଅତ୍ୟନ୍ତ ନିର୍ଦୟ ଭାବରେ ସେଠାରେ ରଖାଯିବ । ଏହା ମଧ୍ୟଯୁଗୀୟ ବର୍ବରତାକୁ ଟପି ଯାଉଛି । ବସ୍ତି ଉଛେଦ ବନ୍ଦ କରି ବସ୍ତିରେ ରହୁଥିବା ଗରିବ ସାଧାରଣ ନାଗରିକମାନଙ୍କ ଉପରେ ହେଉଥିବା ସୀମାହୀନ ଅତ୍ୟାଚାର ବନ୍ଦ କରିବାକୁ ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ମଞ୍ଚର ଆବାହକ ଖଗେଶ୍ୱର ସେଠୀ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ପୁଲିସ୍ ମୁଖ୍ୟ, ଜିଲ୍ଲାପାଳ, ସି.ଏମ୍.ସି କମିଶନର ଓ କଟକ ଡିସିପିଙ୍କୁ ଟୁଇଟ୍ ଜରିଆରେ ଦାବି କରିଛନ୍ତି । ଏହା ସହିତ ନିଜ ଆଡୁ ହସ୍ତକ୍ଷେପ କରି ଅସହାୟ ଗରୀବ ନାଗରିକମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ବେଆଇନ ଉଛେଦ ରୋକିବାକୁ ମଧ୍ୟ ପକ୍ଷରୁ ଶ୍ରୀ ସେଠୀ ଟୁଇଟ୍ ଜରିଆରେ ଉଚ୍ଚ ନ୍ୟାୟାଳୟକୁ ମଧ୍ୟ ପ୍ରାର୍ଥନା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ