କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା

କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା

କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା

News by Ajit Kumar Mallick (Konark)

କୋଣାର୍କ (ଏନ୍‌.ଏମ୍‌.): ନଭେମ୍ବର ୧୪ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ସମଗ୍ର ଦେଶରେ ଆଜି ପାଳନ କରାଯାଇଛି । ଏହି ଅବସରରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ଓ ଗୁରୁଜୀ ଓ ଗୁରୁମାମାନେ ପଣ୍ଡିତ ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟଅର୍ପଣ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ବିଦୁଲତା ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିଲା ଏକ ସଚେତନ ଧର୍ମୀ ବୈଠକ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାନରସେନାର ସମ୍ପାଦକ ତଥା ଗୋପ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରକାଶଚନ୍ଦ୍ର ଖଟୋଇ ଓ ସମାଜସେବୀ ହରିଶ୍ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ନେହେରୁଙ୍କ ଜୀବନାଦର୍ଶ ସମ୍ପର୍କରେ ଶିଶୁମାନଙ୍କୁ ଅବଗତ କରାଇଥିଲେ । ଶିଶୁ ଦିବସ ସମ୍ପର୍କରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କର ପ୍ରଭାବଶାଳି ଭାଷଣ ଦେଇଥିବା ବେଳେ ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା….ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଚେତନ ଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶୋଭନୀୟ ଶିକ୍ଷାଶ୍ରମର ଗୁରୁଜୀ ପବିତ୍ରମୋହନ ମିଶ୍ର, ଗୁରୁମାମାନେ ମନୋରାମା ମିଶ୍ର, ଗୀତାଞ୍ଜଳି ସାହୁ, ସୁମତୀ ମଲ୍ଲିକ ଓ ଲିପସା ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ । ଏତଦ ବ୍ୟତିତ ଭେଙ୍କେଟେଶ୍ୱର ସ୍କୁଲ, ଆଶ୍ରମ ସ୍କୁଲ, ସରସ୍ୱତୀ ଶିଶୁମନ୍ଦିର, ସରସ୍ୱତୀ ବିଦ୍ୟାମନ୍ଦିର, ଜବାହାର ନବୋଦୟ ବିଦ୍ୟାଳୟ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ଉଚ୍ଚ ବିଦ୍ୟାଳୟ ଓ ଦାମଦୋର ଉଚ୍ଚ ବାଳିକା ବିଦ୍ୟାଳୟ ସମେତ କୋଣାର୍କ ନିକଟସ୍ଥ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠରେ ମଧ୍ୟ ଛାତ୍ରଛାତ୍ରୀମାନେ ଶିଶୁ ଦିବସକୁ ଧୁମଧାମରେ ପାଳନ କରିବା ସହ ନିଜ ନିଜ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି