କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ : କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ରାସ୍ତା ଉପରେ ଗଦାହେଉଛି କୁଢ଼କୁଢ଼ ଆବର୍ଜନା

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ : କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ରାସ୍ତା ଉପରେ ଗଦାହେଉଛି କୁଢ଼କୁଢ଼ ଆବର୍ଜନା

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ
କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ରାସ୍ତା ଉପରେ ଗଦାହେଉଛି କୁଢ଼କୁଢ଼ ଆବର୍ଜନା

ଫଟୋ- କାହ୍ନୁଚରଣ ପଣ୍ଡା

କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଜଗତପୁରସ୍ଥିତ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ହାଇଲେବୁଲ କେନାଲ ବନ୍ଧ ଏବେ ମରଣଯନ୍ତା ପାଲଟିଛି । କେନାଲର ଜିରୋପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ଏଥି ପ୍ରତି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ଧରି ଏହି ବନ୍ଧ ରାସ୍ତା ମରାମତି ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି । ପୁନଶ୍ଚ ବନ୍ଧରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ତେବେ ଏ ନେଇ ଅଞ୍ଚଳବାସୀ ଜଳସେଚନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଉନଥିବା ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି ।
ଏହି କେନାଲ ବନ୍ଧ ରାସ୍ତା ଦେଇ ପ୍ରତିିଦିନ ବହୁ ସଂଖ୍ୟକ ଲୋକ ଜଗତପୁର ପୁରୁଣା ଶିଳ୍ପାଞ୍ଚଳ, ନିମପୁର ମେଡିକାଲ, ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟ ଓ ମୁଖ୍ୟ ବଜାରକୁ ଯାତୟାତ କରିଥାନ୍ତି । ମୁଖ୍ୟତଃ ନିମପୁର ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଭାରତୀୟ ବିଦ୍ୟାନିକେତନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏହି ରାସ୍ତା ଦେଇ ଶିକ୍ଷାନୁଷ୍ଠାନକୁ ଯାଇଥାନ୍ତି । କିନ୍ତୁ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିବା ଯୋଗୁଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ନାନାଦି ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ପୁନଶ୍ଚ ବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହେବା ଯୋଗୁଁ ଗାଡି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ବିଶେଷକରି ଏହି ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ରାତି ସମୟରେ ଅଧିକ ଦୁର୍ଘଟଣା ଘଟୁଛି । ଅନ୍ୟପକ୍ଷରେ ଏହି ବନ୍ଧରାସ୍ତାକୁ ବିଭାଗ ପକ୍ଷରୁ ମରାମତି କରାନଯିବା ଯୋଗୁଁ କେତେକ ସ୍ଥାନରେ କେନାଲ ଆଡକୁ ରାସ୍ତା ଧସେଇ ଯାଇଥିବା ଦେଖିବାକୁ ମିଳିଛି । ପୁଣି ଏହି ରାସ୍ତା ପାଶ୍ୱର୍ରେ ନୂତନ ଡ୍ରେନ ନିର୍ମାଣ ହେଉଥିବାରୁ ଏହି ଡ୍ରେନର ଅଳିଆ ଆର୍ବଜନା ଓ ପଙ୍କ ଏହି ରାସ୍ତା ଉପରେ ଗଦାଯାଇଛି । ପ୍ରତିଦିନ ଏହି ନୂତନ ଡ୍ରେନ କାମ ତଦାରଖ ପାଇଁ ସ୍ଥାନୀୟ କର୍ପୋରେଟର ମଧ୍ୟ ତଦାରଖ କରୁଛନ୍ତି । କିନ୍ତୁ ଏହି କେନାଲ ବନ୍ଧ ରାସ୍ତା ଉପରେ କୁଢ କୁଢ ଅଳିଆ, ଆର୍ବଜନା ଓ ପଙ୍କ ପ୍ରଭୃତି ଗଦାହେଉଥିଲେ ମଧ୍ୟ ତାଙ୍କ ଦୃଷ୍ଟି ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ କହିଛନ୍ତି । ତେବେ ଏହି ରାସ୍ତା ଉପରୁ ଖୁବ ଶିଘ୍ର ଏହି ପଙ୍କ ଓ ଅଳିଆ ଆବର୍ଜନା ତୁରନ୍ତ ଏ ରାସ୍ତା ଉପରୁ ଉଠାଯାଇ ଏହି କେନାଲ ବନ୍ଧ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀମାନେ ଦୃଢ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ