କାର୍ତ୍ତିକେଶ୍ୱର ଯାତ୍ରା ଲାଗି ଚଳଚଞ୍ଚଳ କୟଳପଡା ପଞ୍ଚାୟତ

କାର୍ତ୍ତିକେଶ୍ୱର ଯାତ୍ରା ଲାଗି ଚଳଚଞ୍ଚଳ କୟଳପଡା ପଞ୍ଚାୟତ

କାର୍ତ୍ତିକେଶ୍ୱର ଯାତ୍ରା ଲାଗି ଚଳଚଞ୍ଚଳ କୟଳପଡା ପଞ୍ଚାୟତ

News by Smruti Ranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କାର୍ତ୍ତିକେଶ୍ୱର ପୂଜା ଓ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକର କୟଳପଡା ଗ୍ରାମ ପଞ୍ଚାୟତ । ପଞ୍ଚାୟତର ବିଭିନ୍ନ ମଣ୍ଡପରେ କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚକ ଅବସରରେ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକ ସଜା ଅଞ୍ଚଳର ମାହୋଲକୁ ଅଧିକ ଆକର୍ଷଣୀୟ କରିଛି । ଅଞ୍ଚଳର ସମସ୍ତ ସାହିରେ ହରପାର୍ବତୀ, କାର୍ତ୍ତିକେଶ୍ୱର ତଥା ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତିମାନ ପୂଜା ପାଉଥିବା ଦେଖିବାକୁ ମିଳିଛି । ତେବେ ଚଳିତ ମାସ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଭସାଣି ଯାତ୍ରା ହେବବୋଲି ଯାତ୍ରା କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଏହି ଯାତ୍ରାକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯିବ ଏ ନେଇ ଏକ ବୈଠକରେ ଧାର୍ଯ୍ୟ କରାଯାଇଛି । ତେବେ ଚଳିତ ବର୍ଷ ୧୩ଖଣ୍ଡ ମେଢ଼କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ । ଥାନପତି ଭାବେ ବାଲୁଙ୍କେଶ୍ୱର ମେଢ଼ ରହିଥିବାବେଳେ, ମଠସାହି, ଉପରସାହି, ଭୁଆସୁଣୀ ଛକ, ନୂଆସାହି, ମଳିକ ସାହି, ମଙ୍ଗଳା ସାହି, ଚୌଧୁରୀ ସାହି, ଛକ ସାହି, ଘାଟ ସାହି, ସଅର ସାହି, ଗୋଲଡେନ ସାହି, ହରିଜନ ସାହିରେ ଥିବା ମଣ୍ଡପର ମେଢ ଶୋଭା ଯାତ୍ରାରେ ବାହାରି ବାଲୁଙ୍କେଶ୍ୱର ପଡ଼ିଆରେ ଏକତ୍ରିତ ହେବେ । ଏହାପରେ କ୍ରମାନୁଯାୟୀ ମେଢ଼ଗୁଡ଼ିକୁ ଶୋଭାଯାତ୍ରାରେ ମହାନଦୀ କୂଳରେ ଥିବା ଅସ୍ଥାୟୀ ଜଳାଶୟରେ ବିସର୍ଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଧର ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ଅଞ୍ଚଳର ସମସ୍ତ ମୁରବୀ, ଯାତ୍ରା କମିଟି କର୍ମକର୍ତ୍ତା, ସମସ୍ତ ମଣ୍ଡପ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ