କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ ‘ମେଗା ଲୋନ ଏକ୍ସପୋ’

#ଭୁବନେଶ୍ୱର(ଏନ୍.ଏମ୍.): କାନାରା ବ୍ୟାଙ୍କ, ସର୍କଲ୍ ଅଫିସ୍, ଭୁବନେଶ୍ୱର ଦୁଇ ଦିନିଆ ‘ମେଗା ଲୋନ ଏକ୍ସପୋ’ ଆୟୋଜନ କରୁଛି । ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.ଏଲ୍. ମୀନାଙ୍କ ନେତୃତ୍ୱରେ ଚଳିତ ବର୍ଷ ଫେବୃଆରୀ ୨୪ରେ ଆରମ୍ଭ ହୋଇ ୨୫ ରେ ସରିବ । ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଲ୍ଡର୍ ଏବଂ ଯାନବାହାନ ଡିଲରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦଗୁଡିକ ପ୍ରଦର୍ଶନ କରିବେ ଓ କ୍ରୟ ବିକ୍ରୟ ପାଇଁ କାନାରା ବ୍ୟାଙ୍କ ଦ୍ୱାରା ସହଜରେ ଋଣ ପ୍ରଦାନ କରାଯିବ । ସୂଚନା ଯୋଗ୍ୟ ଯେ, କାନାରା ବ୍ୟାଙ୍କ ତା’ର ହାଉସିଂ, ଗାଡି ମୋଟର, ଶିକ୍ଷା ଓ ବନ୍ଧକ ଲୋନ ଉପରେ ସମସ୍ତ ଶୁଳ୍କ ଛାଡ଼ କରିଛି, ହେଲେ ଏହି ଅଫର କେବଳ ସୀମିତ ସମୟ ପର୍ଯ୍ୟନ୍ତ ବୈଧ ଅଟେ । କାନାରା ବ୍ୟାଙ୍କ, ଏହାର ମୁଖ୍ୟ ହିତାଧିକାରୀ ଓ ଗ୍ରାହକମାନଙ୍କ ପାଇଁ ଆଣିଛି ସର୍ବାଧିକ ଲାଭର ସୁଯୋଗ । ଆଶା କରାଯାଉଛି କି ଏହି ଏକ୍ସପୋରେ ଗ୍ରାହକମାନଙ୍କରେ ବିପୁଳ ସଂଖ୍ୟାରେ ଯୋଗଦାନ ରହିବ ଓ ଗ୍ରାହକମାନେ ନିଶ୍ଚିତ ଭାବରେ କାନାରା ବ୍ୟାଙ୍କର ଏହି ‘ରିଟେଲ୍ ଉତ୍ସବ ଅଫର’ର ସମ୍ପୂର୍ଣ ଫାଇଦା ନେବେ । ଉଦ୍ଘାଟନୀ ଦିବସରେ, ଅର୍ଥାତ୍ ଫେବୃଆରୀ ୨୪ ରେ, କାନାରା ବ୍ୟାଙ୍କ ତାର ୮୦ ଜଣ ହିତାଧିକାରୀଙ୍କୁ ତାର ହାଉସିଂ, ଗାଡି ମୋଟର ଓ ଶିକ୍ଷା ଆଦି ପାଇଁ ଲୋନ ମଞ୍ଜୁରି କରିବ ବୋଲି ସୂଚନା ଦିଆଯାଇଛି ।