କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଉତ୍ସବ

କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଉତ୍ସବ

କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଉତ୍ସବ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): କଲରାବାଙ୍କରେ ଅବସ୍ଥିତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ ଖୁବ ଉତ୍ସାହ, ଉଦ୍ଦୀପନା ତଥା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଚାଚା ନେହେରୁଙ୍କ ଫୋଟୋରେ ମାଲ୍ୟାର୍ପଣ କରାଯିବା ସହ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୁନିକୁନି ପିଲାମାନେ ଶିଶୁ ଦିବସର କାର୍ଯ୍ୟକ୍ରମକୁ ପ୍ରାଣଭରି ଉପଭୋଗ କରିଥିଲେ । ଶିଶୁମାନଙ୍କ ଓଠର ହସରେ ଦୁନିଆ ହସିବ ବୋଲି ବିଦ୍ୟାଳୟର ଚେୟାରମ୍ୟାନ ଡକ୍ଟର ଇତିରାଣୀ ସାମନ୍ତ ମତବ୍ୟକ୍ତ କରିଥିଲେ । ଏହା ବ୍ୟତୀତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପିଲାମାନେ କଟକ ବାଲିଯାତ୍ରାର ପଥ ମହୋତ୍ସବରେ ଭାଗ ନେଇ କଟକ ଜିଲ୍ଲାପାଳଙ୍କ ଠାରୁ ମଧ୍ୟ ପୁରସ୍କାର ଲାଭ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଆଶୁତୋଷ ମହାନ୍ତି, ପ୍ରଶାସନିକ ଅଧିକାରୀ ସାଗରୀକା ମହାପାତ୍ର ତଥା ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି